ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 7, 2019

ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମ୍ବାଦିକକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜେଡି ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ କେନ୍ଦ୍ରାପଡ଼ା ଥାନାରେ ମାମଲା ରୁଜୁ ହୋଇଛି।  OTV ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଏତଲା ଆଧାରରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ପୁଲିସ୍‌ ମାମଲା ରୁଜୁ କରିଛି।

ତେବେ ରାଜ୍ୟବ୍ୟାପୀ ସାମ୍ବାଦିକ ସଂଗଠନ ପକ୍ଷରୁ ସାଂସଦଙ୍କ ବ୍ୟବହାର ବିରୋଧରେ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି। ଗତକାଲି ରାଜଧାନୀରେ ସାମ୍ବାଦିକମାନେ ଦେଇଥିବା ୨୪ ଘଣ୍ଟିଆ ମହଲତ ପୂରଣ ହେବାକୁ ଯାଉଥିବା ବେଳେ ସାଂସଦ ଅନୁଭବ ମହାନ୍ତି ଏଯାଏ ମୁହଁ ଖୋଲି ନାହାନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ଏପ୍ରସଙ୍ଗରେ ଏପର୍ଯ୍ୟନ୍ତ ନିରବତା ଅବଲମ୍ବନ କରୁଥିବାରୁ ଏହାକୁ ସାମ୍ବାଦିକ ମହଲରେ ନାପସନ୍ଦ କରାଯାଇଛି। ଗତକାଲି ଭୁବନେଶ୍ୱରରେ ସମସ୍ତ ଗଣମାଧ୍ୟମର ପ୍ରତିନିଧି ଏକାଠି ହୋଇ ସାଂସଦଙ୍କ ଦୁର୍ବ୍ୟବହାରକୁ ନିନ୍ଦା କରିଥିବା ବେଳେ ଅନୁଭବ ୨୪ ଘଣ୍ଟା ମଧ୍ୟରେ କ୍ଷମା ମାଗିବାକୁ ଦାବି କରିଥିଲେ। ଏହାସହ ସାଂସଦଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ସଂଘ ବିଧାନସଭା ଏବଂ ନବୀନ ନିବାସ ଘେରାଉ ପାଇଁ ଚେତାବନୀ ଦେଇଥିଲା।

ସୂଚନାଯୋଗ୍ୟ, ଗତ ୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ସାଂସଦ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିଥିଲେ । କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍‌କୁ କଦର୍ଥ କରୁଛ ବୋଲି ଆକ୍ଷେପ କରିବା ସହ ତାଚ୍ଛଲ୍ୟ କରିଥିଲେ। ଏଥିସହ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଭିଡ଼ି ନେବା ସହ ତାଳିମାରି ଅପମାନିତ କରିବାକୁ ବି ପଛାଇ ନଥିଲେ ।



from Odisha Reporter https://ift.tt/2CnH3Rk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages