ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନାର ଭାଟସାହିରେ ସାମାନ୍ୟ କଥା କଟାକଟିରୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାଯାଇଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି । ମୃତ ମହିଳାଙ୍କ ନାଁ ମାନି ସିଂ । ତାଙ୍କ ସ୍ୱାମୀ ନିରଞ୍ଜନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ପୂରା ଘଟଣାଟି ଏହିପରି। ଗତ ରାତିରେ କିଛି ଯୁବକ ଭୋଜି କରୁଥିଲେ । ଉକ୍ତ ସମୟରେ ସେଠାରେ ଉପସ୍ଥିତ ଆଉ କିଛି ଯୁବକଙ୍କ ସହ ମନୋଜ ନାୟକଙ୍କର ଝଗଡ଼ା ଆରମ୍ଭ ହୋଇଗଲା। ଭୋଜିରେ ସାମିଲ ହୋଇଥିବା ନିରଞ୍ଜନ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ମନୋଜ ଏବଂ ନିରଞ୍ଜନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଅନ୍ୟ ସାଙ୍ଗମାନେ ମିମାଂସା କରିବାରୁ ଦୁହେଁ ଘରକୁ ପଳାଇଥିଲେ।
ବିଳମ୍ବିତ ରାତିରେ କିନ୍ତୁ ମନୋଜ ନିଶାସକ୍ତ ଅବସ୍ଥାରେ ନିରଞ୍ଜନଙ୍କ ଘରକୁ ଯାଇ କବାଟ ବାଡ଼େଇ ଡାକିଥିଲେ। ନିରଞ୍ଜନ କବାଟ ଖୋଲିବାରୁ ମନୋଜ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ମାନି ଚେଷ୍ଠା କରିବାବେଳେ ମନୋଜ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ମାନିଙ୍କର ମୃତ୍ୟୁ ହୋଇଥିବାବେଳେ ନିରଞ୍ଜନଙ୍କୁ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ମନୋଜ ଫେରାର ହୋଇଯାଇଛି ।
from Odisha Reporter https://ift.tt/2Drweyt
No comments:
Post a Comment