ଧାନ ବିଲକୁ ଓଲଟି ପଡ଼ିଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 6, 2019

ଧାନ ବିଲକୁ ଓଲଟି ପଡ଼ିଲା ବସ୍‌

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ପଡ଼ାଛକ ନିକଟରେ ଆଜି ଏକ ବସ୍‌ ଓଲଟି ପଡ଼ିବାରୁ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩୦ ଜଣ ଯାତ୍ରୀଙ୍କୁ ଖଜୁରିଆକଟା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।ସୂଚନା ଅନୁଯାୟୀ, ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ‘ପ୍ରମୋଦା’ ନାମକ ବସ୍‌ଟି ଭୁବନେଶ୍ୱରରୁ ସମ୍ୱଲପୁର ଯାଉଥିଲା। ପଡ଼ାଛକ ନିକଟରେ ରାସ୍ତା କଡ଼ରେ କାଦୁଅ ଥିବାରୁ ବସ୍‌ଟି ଭାରସାମ୍ୟ ହରାଇ ଏକ ଧାନ ବିଲକୁ ଓଲଟି ପଡ଼ିଥିଲା। ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ।

ଦୁର୍ଘଟଣା ଘଟିବା ପରେ ବସ୍‌ ଡ୍ରାଇଭର ଫେରାର୍ ହୋଇଯାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/36IuQoe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages