ମୁମ୍ୱାଇ: ଶିବସେନା-ଏନସିପି-କଂଗ୍ରେସ ମହାରାଷ୍ଟ୍ରରେ ସରକାର ଗଢ଼ିବେ। ଏ ନେଇ ଆଜି ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଚିଠି ଲେଖି କହିଛନ୍ତି। ୨୮୮ ବିଧାୟଙ୍କ ମଧ୍ୟରୁ ତାଙ୍କ ପାଖରେ ବିଧାୟକ ସଂଖ୍ୟା ଅଧିକ ରହିଛି ବୋଲି ତିନି ଦଳ ଚିଠିରେ ଉଲ୍ଲେଖ କରିଛନ୍ତି। ଶିବସେନା ପାଖରେ ୫୪ ବିଧାୟକ ଓ ଅନ୍ୟାନ୍ୟ ବିଧାୟକ ମିଶି ମୋଟ୍ ୬୩, କଂଗ୍ରେସ ୪୪ ଏବଂ ଏନସିପି ପାଖରେ ୫୧ ବିଧାୟକ ରହିଥିବା ବେଳେ ସମାଜବାଦୀ ପାର୍ଟିର ଦୁଇ ବିଧାୟକ ମଧ୍ୟ ସମର୍ଥନ ପତ୍ର ଦାଖଲ କରିଛନ୍ତି।
ଶନିବାର ବିଜେପି ସରକାର ଗଢ଼ିବା ପରେ ଏହାକୁ ଅସାମ୍ୱିଧାନିକ କହି ଶିବସେନା-ଏନସିପି-କଂଗ୍ରେସ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତାକାଲି ଏହି ଆବେଦନର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଣିବେ ସୁପ୍ରିମକୋର୍ଟ। ଫଡ଼ନାଭିସଙ୍କୁ ଏନସିପି ବିଧାୟକ ଦଳର ନେତା ଭାବରେ ଅଜିତ ପାଓ୍ୱାର ସମର୍ଥନ ପତ୍ର ଦେଇଛନ୍ତି। ଏହା ଅଜିତଙ୍କ ବ୍ୟକ୍ତିଗତ ମତ, ଦଳର ନୁହେଁ ବୋଲି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିସାରିଛନ୍ତି। ଏମିତିକି ଅଜିତଙ୍କୁ ବିଧାୟକ ଦଳର ନେତା ପଦବୀରୁ ହଟାଇ ଜୟନ୍ତ ପାଟିଲଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦେଇଛି ଏନସିପି।
from Odisha Reporter https://ift.tt/35xr1B3
No comments:
Post a Comment