କାର୍ତ୍ତିକ ମାସରେ ପ୍ରସ୍ତୁତ କରନ୍ତୁ ‘ମଞ୍ଜା ପଲଉ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

କାର୍ତ୍ତିକ ମାସରେ ପ୍ରସ୍ତୁତ କରନ୍ତୁ ‘ମଞ୍ଜା ପଲଉ’

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କଦଳୀ ମଞ୍ଜା, ତେଜପତ୍ର, ଗୁଜୁରାତି, ଲୁଣ, ହଳଦୀ, ଚିନି, କାଜୁ, କିସ୍‌ମିସ୍‌, ନଡ଼ିଆ କୋରା ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ମଞ୍ଜାରେ ଲୁଣ, ହଳଦୀ ଗୋଳାଇ ଏବଂ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ। ଏହାପରେ କାଜୁ ଓ କିସ୍‌ମିସ୍‌କୁ ଭାଜି ରଖିବା ସହିତ କଦଳୀ ମଞ୍ଜାକୁ ମଧ୍ୟ ଭାଜି ରଖନ୍ତୁ।  କଡ଼େଇରେ ଘିଅ ଗରମ କରି ତେଜପତ୍ର, ଗୁଜୁରାତି ଓ  ଭିଜା ଅରୁଆ ଚାଉଳ ପକାଇ ଭଲଭାବେ ଭାଜନ୍ତୁ।  ଚାଉଳ ଅଳ୍ପ ଭାଜି ହୋଇଯିବା ପରେ ସେଥିରେ ଲୁଣ, ହଳଦୀ ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡ଼େଇ ଦିଅନ୍ତୁ। ପରେ  ଘୋଡ଼ଣି ବାହାର କରି ଭଜା ହୋଇଥିବା କଦଳୀ ମଞ୍ଜା, କାଜୁକିସ୍‌ମିସ୍‌ ସହିତ ଚିନି ଓ ନଡ଼ିଆ କୋରା ପକାଇ ଗୋଳାନ୍ତୁ।  ଏହାପରେ ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଦୁଇ ମିନିଟ୍ ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ମଞ୍ଜା ପଲଉ’।



from Odisha Reporter https://ift.tt/2NzYNhG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages