ଶିବାନୀଙ୍କ ସ୍ୱପ୍ନ ପୂରଣ ହେବ ତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 4, 2019

ଶିବାନୀଙ୍କ ସ୍ୱପ୍ନ ପୂରଣ ହେବ ତ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍ ଭଳି ଓଲିଉଡ୍‌ରେ ବି କିଛି ମଲ୍‌ଟି ଟ୍ୟାଲେଣ୍ଟେଡ୍‌ କଳାକାର ଅଛନ୍ତି। ଏ କ୍ଷେତ୍ରରେ ବାବୁସାନଙ୍କ ଉଦାହରଣ ନିଆଯାଉ। ଅଭିନେତା ହେବା ସହ ସେ ଜଣେ ଭଲ ଗାୟକ ମଧ୍ୟ। ସେହିପରି ଅଭିନେତ୍ରୀ ସୂର୍ଯ୍ୟମୟୀ ବଢ଼ିଆ ପେଣ୍ଟିଂ କରନ୍ତି। ଆଉ ଯଦି ସବୁ ଠିକ୍‌ଠାକ୍‌ ରହେ, ତା’ହେଲେ ଆଗାମୀ ଦିନରେ ଏହି ତାଲିକାରେ ଅଭିନେତ୍ରୀ ଶିବାନୀଙ୍କ ନାଁ ବି ଯୋଡ଼ି ହୋଇପାରେ। ତା’ହେଲେ ଅଭିନୟ ସହିତ ତାଙ୍କ ପାଖରେ ଆଉ କେଉଁ ଦକ୍ଷତା ରହିଛି?

ଶିବାନୀ ଗୀତ ଗାଇ ପାରନ୍ତି। ଫିଲ୍ମରେ ଗୀତ ଗାଇବାକୁ ବି ସେ ସ୍ୱପ୍ନ ଦେଖୁଛନ୍ତି। ଏପରିକି ଯଦି ଅଭିନେତ୍ରୀ ହୋଇ ନଥା’ନ୍ତେ, ତା’ହେଲେ ଗାୟିକା ହୋଇଥା’ନ୍ତେ। ‘ଓଟିଭି’ର ‘ଗପସପ’ କାର୍ଯ୍ୟକ୍ରମର ଏକ ଏପିସୋଡ୍‌ରେ ଯୋଗ ଦେଇ ସେ ଏ କଥା କହିଥିଲେ।

ଶିବାନୀ କହିଥିଲେ ଯେ ପିଲା ଦିନରୁ ତାଙ୍କର ଗୀତ ପ୍ରତି ବେଶ୍‌ ଦୁର୍ବଳତା ରହିଛି। ଗୀତ ଶୁଣିବାକୁ ଓ ଗାଇବାକୁ ତାଙ୍କୁ ଖୁବ୍‌ ଭଲ ଲାଗେ। ଗୀତ ଗାଇବାର ସ୍ୱପ୍ନ ଏବେ ବି ପୂରଣ ହୋଇପାରିବ ବୋଲି ସେ ଆଶା ରଖିଛନ୍ତି। ଫିଲ୍ମରେ ଗୀତ ଗାଇବାକୁ ସୁଯୋଗ ଦେବା ପାଇଁ ସେ କିଛି ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି  ଓଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଓ ଅଭିଜିତ୍‌ ମଜୁମ୍‌ଦାର। ଯଦି ସେମିତି କିଛି ସୁଯୋଗ ମିଳିଲା, ତା’ହେଲେ ସେ ଫିଲ୍ମରେ ଗୀତ ଗାଇ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବେ।
ସୂଚନାଯୋଗ୍ୟ, ଆଗକୁ ଶିବାନୀଙ୍କୁ ‘ବାବୁ ଭାଇଜାନ୍‌’ ଫିଲ୍ମରେ ଦେଖିବାକୁ ମିଳିବ। ‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ଶିବାନୀଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଅରିନ୍ଦମ। ଏଥିରେ ସେ ଅରିନ୍ଦମଙ୍କ ସହିତ ପ୍ରଥମ ଥର ପାଇଁ ସ୍କ୍ରିନ୍ ଶେଆର୍ କରୁଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ତାପସ ସରଘରିଆ।



from Odisha Reporter https://ift.tt/2NgpRnj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages