ଅଯୋଧ୍ୟା ଶୁଣାଣି: ଆଜି ରାଜସ୍ଥାନର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 8, 2019

ଅଯୋଧ୍ୟା ଶୁଣାଣି: ଆଜି ରାଜସ୍ଥାନର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଜୟପୁର: ଦେଶର ସବୁଠୁ ପୁରୁଣା ମାମଲା ମଧ୍ୟରୁ ଅନ୍ୟତମ ଅଯୋଧ୍ୟା ମାମଲାର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ସମ୍ଭାବିତ ଆଶଙ୍କାକୁ ନଜରରେ ରଖି ରାଜସ୍ଥାନ ସରକାର ଭରତପୁରରେ ଆସନ୍ତାକାଲି ସକାଳ ୬ଟା ଯାଏ ମୋବାଇଲ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଇଛନ୍ତି। ଏଥିସହ ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ଗେହଲଟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ରାୟ ପ୍ରକାଶ ପାଇବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିଛନ୍ତି। ଏହି ରାୟ କାହାରି ବିଜୟ କିମ୍ୱା ପରାଜୟ ନୁହେଁ ବୋଲି ଟୁଇଟ୍ କରି ସେ କହିଛନ୍ତି। ରାମ ମନ୍ଦିରର ମୁଖ୍ୟ ପୂଜକ ମହନ୍ତ ସତ୍ୟେନ୍ଦ୍ର ଦାଶ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ସମ୍ମାନ ଜଣାଇବା ସହ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।



from Odisha Reporter https://ift.tt/2PWFpOR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages