ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହୋଇଛି ଜାଲ୍ଲିଆନୱାଲା ବାଗ ନ୍ୟାଶନାଲ ସ୍ମାରକୀ ସଂଶୋଧନ ବିଲ୍ ୨୦୧୯। ଫଳରେ ସ୍ମାରକୀକୁ ଚଳାଉଥିବା ଟ୍ରଷ୍ଟର ସ୍ଥାୟୀ ସଦସ୍ୟ ପଦରୁ କଂଗ୍ରେସର ସଭାପତି ବିଦା ହେବା ପଥ ପରିଷ୍କାର ହୋଇଯାଇଛି। ପୂର୍ବରୁ ଏହା ଲୋକସଭାରେ ପାରିତ ହୋଇଥିଲା। ଏବେ ଭୟସ ଭୋଟ ଦ୍ୱାରା ଏହି ବିଲ୍ ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି।
କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକୁ ଛାଡ଼ି ଦେଲେ ଏହି ବିଲ୍କୁ ଅନ୍ୟ ସମସ୍ତ ଦଳ ଏହାକୁ ସମର୍ଥନ କରିଥିଲେ। ବିଲ୍ ଅନୁଯାୟୀ, ଲୋକସଭାର ସର୍ବବୃହତ୍ତ ବିରୋଧୀ ଦଳର ନେତା ଏହି ଟ୍ରଷ୍ଟର ସଦସ୍ୟ ରହିବେ। ପୂର୍ବରୁ ସ୍ମାରକୀକୁ ଦେଖାଶୁଣା କରୁଥିବା ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ରହୁଥିଲେ। ତାଙ୍କ ବ୍ୟତୀତ କଂଗ୍ରେସର ସଭାପତି, ସଂସ୍କୃତି ମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳର ନେତା, ପଞ୍ଜାବ ରାଜ୍ୟପାଳ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହାର ସଦସ୍ୟ ରହିଥିଲେ।
ହେଲେ ଏବେ ଏହି ଟ୍ରଷ୍ଟର ସ୍ଥାୟୀ ସଦସ୍ୟ ପଦରୁ କଂଗ୍ରେସର ସଭାପତି ବିଦା ହେବେ। ନୂଆ ବିଲ୍ରେ ମନୋନୀତ ଟ୍ରଷ୍ଟିଙ୍କୁ କେନ୍ଦ୍ର ସରକାର ଯେକୌଣସି କାରଣ ପାଇଁ ବରଖାସ୍ତ କରିବାର କ୍ଷମତା ମଧ୍ୟ ପାଇଛନ୍ତି।
from Odisha Reporter https://ift.tt/2XwlTdI
No comments:
Post a Comment