ପ୍ରତିଯୋଗୀ ନେହାଙ୍କୁ ଚୁମା ଦେବା ସୋନି ଟିଭିର ମାର୍କେଟିଂ ଷ୍ଟ୍ରାଟେଜୀ: ସୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 28, 2019

ପ୍ରତିଯୋଗୀ ନେହାଙ୍କୁ ଚୁମା ଦେବା ସୋନି ଟିଭିର ମାର୍କେଟିଂ ଷ୍ଟ୍ରାଟେଜୀ: ସୋନା

ମୁମ୍ୱାଇ : ‘ମି ଟୁ’ ଅଭିଯାନ ବେଳଠୁ ସିଙ୍ଗର୍‌ ସୋନା ମହାପାତ୍ର ଚର୍ଚ୍ଚାରେ ରହିଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ବିରୋଧରେ ସେ ସେତେବେଳେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଫଳରେ ଅନୁଙ୍କୁ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍‌’ର ଜଜ୍‌ ଆସନ ଛାଡ଼ିବାକୁ ପଡ଼ିଥିଲା। ‘ଇଣ୍ଡିଆନ୍ ଆଇଡଲ୍‌’ର ଚଳିତ ସିଜିନ୍‌ରେ ଅନୁ ଜଜ୍ ହେବା ପରେ ସୋନା ପୁଣି ତାଙ୍କୁ ଆକ୍ରମଣ କରିଥିଲେ। ଏପରିକି ସେ ଏ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଚିଠି ଲେଖିଥିଲେ। ଏହାପରେ ଅନୁଙ୍କୁ ‘ଇଣ୍ଡିଆନ୍ ଆଇଡଲ୍‌’ ଶୋ’ ଛାଡ଼ିବାକୁ ପଡ଼ିଛି। ହେଲେ ସୋନା ତଥାପି ଶାନ୍ତ ପଡ଼ି ନାହାନ୍ତି। ସେ ଏବେ ସୋନି ଟିଭିକୁ ଟାର୍ଗେଟ୍ କରିଛନ୍ତି। ଟିଆର୍‌ପି ପାଇଁ ଚ୍ୟାନେଲ୍‌ ଅନୁଙ୍କୁ ବ୍ୟବହାର କରୁଥିଲା ବୋଲି ସେ ଏକ ଫେସ୍‌ବୁକ୍ ପୋଷ୍ଟ୍‌ରେ ଅଭିଯୋଗ କରିଛନ୍ତି।

ଏଥିରେ ସୋନା ଲେଖିଛନ୍ତି,“ସୋନି ଟିଭି ଯୋଜନାବଦ୍ଧ ଭାବେ ଅନୁ ମଲିକଙ୍କୁ ଜଜ୍ ଭାବେ ନେଇଥିଲା। ସେମାନେ ଲୋକପ୍ରିୟତା ଓ ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ତାଙ୍କର ବଦନାମୀଙ୍କୁ ବ୍ୟବହାର କରିଥିଲେ। ଏପରିକି ଶୋ’ରେ ଜଣେ ପ୍ରତିଯୋଗୀ ନେହା କକ୍କରଙ୍କୁ ଜବରଦସ୍ତି ଚୁମା ଦେବା ମଧ୍ୟ ସେମାନଙ୍କର  ମାର୍କେଟିଂ ଷ୍ଟ୍ରାଟେଜୀ ଥିଲା। ଏହି ଏପିସୋଡ୍‌ର କ୍ଲିପ୍‌ଟିକୁ ଏଡିଟ୍‌ କରାଯାଇଥିଲା। ଭିଡିଓଟିକୁ ଭାଇରାଲ୍‌ କରିବା ଉଦ୍ଦେଶ୍ୟରେ ତିଆରି କରାଯାଇଥିଲା।”

ସେ ଆହୁରି ଲେଖିଛନ୍ତି, “ବ୍ୟାବସାୟିକ ଫାଇଦା ଓ ପ୍ରୋମୋସନ୍‌ ପାଇଁ ‘ଯୌନ ଉତ୍ପୀଡନ’ ଥିମ୍‌କୁ ବ୍ୟବହାର କରିବା ସବୁବେଳେ ନିନ୍ଦନୀୟ। ମୁଁ ନିଶ୍ଚିତ ଯେ ଏଭଳି ଭାବେ ଲୋକଙ୍କୁ ମଜାର ଖୋରାକ୍ ଯୋଗାଇ ସୋନି ଟିଭି ଟିମ୍ ସାରା ଦେଶକୁ ପରିହାସ କରୁଛି।”

ଏହା ସହିତ ସେ ‘ଇଣ୍ଡିଆନ୍ ଆଇଡଲ୍‌’ର ଅନ୍ୟତମ ଜଜ୍ ବିଶାଲ୍‌ ଦଦଲାନୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ଆପଣ ବି ଏହି ରୋଗର ଏକ ଅଂଶ ନା ଏହାକୁ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି?

ସୂଚନାଯୋଗ୍ୟ, ‘ମି ଟୁ’ ଅଭିଯାନ ବେଳେ ଅନୁ ମଲିକଙ୍କ ବିରୋଧରେ ସୋନାଙ୍କ ସହିତ ଶ୍ୱେତା ପଣ୍ଡିତ ଓ ଆଉ କିଛି ମହିଳା  ଅସଦାଚରଣ ଅଭିଯୋଗ ଆଣିଥିଲେ। ସେହିପରି କିଛି ଦିନ ତଳେ ନେହା ଭାସୀନ ମଧ୍ୟ ତାଙ୍କ ବିରୋଧରେ ଏଭଳି କିଛି ଅଭିଯୋଗ ଆଣିଥିଲେ।

 



from Odisha Reporter https://ift.tt/2OsQs10

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages