ଅବକାରୀ ବିଭାଗ ଜାଳିଦେଲା ୧୫ କୋଟି ଟଙ୍କାର ଗଞ୍ଜେଇ ଗଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 25, 2019

ଅବକାରୀ ବିଭାଗ ଜାଳିଦେଲା ୧୫ କୋଟି ଟଙ୍କାର ଗଞ୍ଜେଇ ଗଛ

ଫୁଲବାଣି(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳର ଦୁଇଟି ବଡ଼ ଜଙ୍ଗଲରୁ ଗତକାଲି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି ପୁଲିସ୍‌ ଓ ଅବକାରୀ ବିଭାଗର ମିଳିତ ଟିମ୍‌।  ବିଲାବାଡ଼ୀ ଗ୍ରାମ ପଞ୍ଚାୟତର ପକାଦେଇ ଏବଂ ଡଡଗଣ୍ଡା ଗ୍ରାମ ନିକଟ ଦୁଇଟି ଜଙ୍ଗଲରେ ମିଳିତ ଟିମ୍‌ ଚଢ଼ଉ କରି ପ୍ରାୟ ୧୫୦ ଏକର ଜାଗାରେ ଲାଗିଥିବା ଲକ୍ଷାଧିକ ଗଞ୍ଜେଇ ଗଛଗୁଡ଼ିକୁ କାଟି ପୋଡ଼ି ନଷ୍ଟ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଆଲୋଚନା ହେଉଛି।

ଏହି ଗଞ୍ଜେଇ ଗଛ କାଟିବା ଅଭିଯାନରେ ସଦର ଥାନା IIC ଙ୍କ ସମେତ ଦୁଇ ପ୍ଲାଟୁନ ପୁଲିସ୍‌ , ବହୁ ଅବକାରୀ କର୍ମଚାରୀ ଏବଂ ୫୦ ଶ୍ରମିକ ନିୟୋଜିତ ହୋଇଥିଲେ ବୋଲି ମିଳିତ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି ।



from Odisha Reporter https://ift.tt/35JJDOz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages