ଅଟୋକୁ ପିଟିଲା କାର୍‌; ୭ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ଅଟୋକୁ ପିଟିଲା କାର୍‌; ୭ ଗୁରୁତର

କଟକ(ଓଡ଼ିଶା ରିପୋର୍ଟର): କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ ରିଙ୍ଗବନ୍ଧରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ଦ୍ରୁତ୍‌ ଗତିରେ ଆସୁଥିବା କାର୍‌ ପଛପଟୁ ଧକ୍କା ଦେବାରୁ ୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି ।  ଦୁର୍ଘଟଣା ଘଟାଇଥିବା କାର୍‌ ନମ୍ବର OR-05AN-4042 ହୋଇଥିବାବେଳେ ଏହା ପଛରେ ପୁଲିସ୍‌ ଲେଖା ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, କାଲି ବିଳମ୍ବିତ ରାତିରେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ ରିଙ୍ଗବନ୍ଧରେ ଏକ ଅଟୋରେ ଡ୍ରାଇଭର ସମେତ ୫ ଜଣ ଯାଉଥିଲେ। ଉକ୍ ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଅଟୋକୁ ଧକ୍କା ଦେଇଥିଲା।  କାର୍‌ରେ ଡ୍ରାଇଭରଙ୍କ ସମେତ ୨ ଜଣ ଥିଲେ। ଏହି ଦୁର୍ଘଟଣାରେ ସମସ୍ତେ ଗୁରୁତର ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନି।



from Odisha Reporter https://ift.tt/35GdeZd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages