ମହାରାଷ୍ଟ୍ରରେ ମୋଦି-ଶାହ ଗଣତନ୍ତ୍ରକୁ ଦିଗଭ୍ରଷ୍ଟ କରିବାକୁ ଚେଷ୍ଟା କରିଥିଲେ : ସୋନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 27, 2019

ମହାରାଷ୍ଟ୍ରରେ ମୋଦି-ଶାହ ଗଣତନ୍ତ୍ରକୁ ଦିଗଭ୍ରଷ୍ଟ କରିବାକୁ ଚେଷ୍ଟା କରିଥିଲେ : ସୋନିଆ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ୮୦ ଘଣ୍ଚାର ବିଜେପି ସରକାର ପରେ ଆଜି ମହା ବିକାଶ ଅଘାଡି (ଶିବସେନା-ଏନସିପି-କଂଗ୍ରେସ) ସରକାର ଶପଥ ନେବାକୁ ଯାଉଛି। ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ନାଟକକୁ ନେଇ ବିଜେପି ବିରୋଧରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। କଂଗ୍ରେସ ସଂସଦୀୟ ବୋର୍ଡ ବୈଠକରେ ନେତାଙ୍କୁ ସମ୍ୱୋଧନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବର୍ଷିଛନ୍ତି ସୋନିଆ ଗାନ୍ଧି।

ସେ କହିଛନ୍ତି, ମହାରାଷ୍ଚ୍ରରେ ମୋଦି ଓ ଶାହ ଗଣତନ୍ତ୍ରକୁ ଦିଗଭ୍ରଷ୍ଟ କରିବାକୁ ଯାଇ ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ମୋହରା କରିଥିଲେ। ରାଜ୍ୟପାଳ ମଧ୍ୟ ନିଜ ପଦବୀର ଗାରିମା ଭୁଲି ଦଳୀୟ ଏଜେଣ୍ଚ ଭାବରେ କାମ କରିଛନ୍ତି ବୋଲି ସୋନିଆ କହିଛନ୍ତି। ମୋଦି ଓ ଶାହଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟପାଳ ଏଭଳି କାମ କରିଛନ୍ତି ବୋଲି ସୋନିଆ କହିଛନ୍ତି।

ବିଜେପି ଅଂହକାରରେ ରହିଛି। ତେଣୁ ନିର୍ବାଚନ ବେଳର ସହଯୋଗୀ ଶିବସେନାକୁ ସାଙ୍ଗରେ ନେଇ ଆଗକୁ ବଢ଼ିପାରିଲାନି ବୋଲି ସୋନିଆ କହିଛନ୍ତି। ଏହି ମହା ବିକାଶ ଅଘାଡ଼ି ସରକାରକୁ ଭାଙ୍ଗିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ମୋଦି-ଶାହ ଏକ୍ସପୋଜ ହୋଇଛନ୍ତି ବୋଲି ସେ କହିଛନ୍ତି।

ସେହିପରି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସୋନିଆ କହିଛନ୍ତି, ୩ ମାସ ପୂର୍ବରୁ ମଧ୍ୟ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ଗଣତନ୍ତ୍ରକୁ ଦିଗଭ୍ରଷ୍ଟ କରାଯାଇଛି। ଏକ ମିଛ ପ୍ରତିଶ୍ରୁତି ଦିଆଯାଇ ଜମ୍ମୁ କଶ୍ମୀରରୁ ଏହି ଧାରା ୩୭୦ ଉଚ୍ଛେଦ ହୋଇଛି। ୩ ମାସ ପରେ ବି ଜମ୍ମୁ କଶ୍ମୀରରେ ସ୍ଥିତି ଭିନ୍ନ ରହିଛି ସରକାରଙ୍କ ରିପୋର୍ଟ ତୁଳନାରେ। ଜମ୍ମୁ କଶ୍ମୀରକୁ ବିରୋଧୀ ନେତାଙ୍କୁ ପ୍ରବେଶ ପାଇଁ ଅନୁମତି ନଦେଇ ଭଡ଼ାରେ ଏକ ଏନଜିଓ ଦ୍ୱାରା ୟୁରୋପିଆନ ସଂସଦୀୟ ଟିମକୁ ଡ଼ାକି ନିଜ ନାଁରେ ଲାଗିଥିବା ଦାଗକୁ ପୋଛିବା ପାଇଁ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ବୋଲି ସେ କହିଛନ୍ତି।



from Odisha Reporter https://ift.tt/33tkfLk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages