ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୂଷଣ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ର ପୂର୍ବତନ ସିଏମ୍ଡି ସଞ୍ଜୟ ସିଂଘଲ ଗିରଫ ହୋଇଛନ୍ତି। ଆର୍ଥିକ ଅନିୟମିତତା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଏହାପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେଇପାରେ।
ଗତ କିଛି ଦିନ ତଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୂଷଣ ଷ୍ଟିଲର ୪ ହଜାର ୨୫ କୋଟି ଟଙ୍କା ଆଟାଚ୍ କରିଛି। ବ୍ୟାଙ୍କ ଜାଲିଆତି ମାମଲାରେ ଇଡି ଏହି ସମ୍ପତ୍ତି ଆଟାଚ୍ କରିଥିବା ଜଣାପଡ଼ିଛି। ଆଟାଚ୍ ସଂପତ୍ତି ମଧ୍ୟରେ ଜମି, କୋଠା ଓ କାରଖାନା ଅନ୍ତର୍ଭୁକ୍ତ ରହିଛି।
from Odisha Reporter https://ift.tt/2XOzgpX
No comments:
Post a Comment