ପୁରୀ( ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ସଦର ଥାନା କୋରୁଅ ଛକରେ ଗତ ରାତିରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ କଣ୍ଠପୁରର ଟୁଲୁ ବିଶ୍ୱାଳ ବୋଲି ଜଣାପଡ଼ିଛି। ବାଲି ଚୋରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାଯାଇଛି। ଏହି ଘଟଣା ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଗତକାଲି ରାତିରେ ବାଲି ଚୋରିକୁ ନେଇ କଣ୍ଠପୁର ଓ ଗୋଲାସାହିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଉଗ୍ର ରୂପ ନେବା ପରେ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରୁଛି ପୁଲିସ୍ । ଘଟଣାସ୍ଥଳରେ ସଦରଥାନା ପୁଲିସ୍ ପହଞ୍ଚି ମାମଲାର ଖୋଳତାଡ଼ କରୁଛି ।
from Odisha Reporter https://ift.tt/2QhROgd
No comments:
Post a Comment