ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ବୁଲ୍ବୁଲ୍ ଭେରି ସିଭିୟର୍ ସାଇକ୍ନୋନିକ୍ ଷ୍ଟର୍ମ ରୂପ ନେଇ ଓଡ଼ିଶା ଉପକୂଳର ନିକଟତର ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହା ପାରାଦୀପଠାରୁ ୧୩୦ କିଲୋମିଟର ଦୂରରେ ଅଛି। ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି। ଏହା ଦିନ ୧୦ ସୁଦ୍ଧା ଓଡ଼ିଶା ଅତିକ୍ରମ କରିପାରେ।
‘ବୁଲ୍ବୁଲ୍’ ଆଜି ମଧ୍ୟରାତ୍ରିରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବୋଲି ସୂଚନା ଦେଇଛି ଆଇଏମ୍ଡି।। ଓଡ଼ିଶା ନ ଛୁଇଁଲେ ମଧ୍ୟ ଉପକୂଳ ଓ ଉତ୍ତର ଓଡ଼ିଶାରେ କ୍ଷୟକ୍ଷତିର ଆଶଙ୍କା ରହିଛି। ଏହା ପ୍ରଭାବରେ ଗତରାତିରୁ ଉପକୂଳ ଓଡ଼ିଶାରେ ପବନ ଓ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ବର୍ଷା ସାଙ୍ଗକୁ ପବନ ବହୁଛି। ପାରାଦୀପରେ ପ୍ରବଳ ବର୍ଷା ହେଉଛି। ଉପକୂଳ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହୁଥିବା ବେଳେ ବେଳେ ବେଳେ ୬୫ କି.ମି ପର୍ଯ୍ୟନ୍ତ ହୋଇଯାଉଛି।
‘ବୁଲ୍ବୁଲ୍’ ପ୍ରଭାବରେ ପୁରୀ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେଉଛି। ଆଜି ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନର ଗତି ଓ ବର୍ଷାର ପରିମାଣ ଆହୁରି ବଢିବାର ସମ୍ଭାବନା ରହିଛି। ଏପରିକି ପବନର ବେଗ ଘଣ୍ଟା ପ୍ରତି ୬୦-୭୦ କିଲୋମିଟର, ବେଳେ ବେଳେ ୯୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ।
from Odisha Reporter https://ift.tt/34BwYfU
No comments:
Post a Comment