ଆହାର କେନ୍ଦ୍ରରେ ମା’କୁ ଛାଡ଼ି ପଳାଇଥିବା ପୁଅ ଏବେ ସ୍ତ୍ରୀ ମୁଣ୍ଡରେ ଲଦିଲା ଦୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 5, 2019

ଆହାର କେନ୍ଦ୍ରରେ ମା’କୁ ଛାଡ଼ି ପଳାଇଥିବା ପୁଅ ଏବେ ସ୍ତ୍ରୀ ମୁଣ୍ଡରେ ଲଦିଲା ଦୋଷ

ଭଦ୍ରକ(ବାସୁଦେବ ଦାସ): “ମା’ ପାଟି ପାକୁ ପାକୁ କରୁଥିବାରୁ ସ୍ତ୍ରୀ ଦେଉଥିଲା ଅକଥନୀୟ ନିର୍ଯାତନା। ପରିଣତ ବୟସରେ ମା’କୁ ହାତ ଉଠାଇବାକୁ ବି ପଛାଉ ନ ଥିଲା। ସ୍ତ୍ରୀର ଏପରି ଆଚରଣରେ ଅତିଷ୍ଠ ହୋଇ ମୁଁ ମା’କୁ ଆହାର କେନ୍ଦ୍ରରେ ଛାଡ଼ି ଚାଲି ଆସିଥିଲି।  ହେଲେ ଘରେ ପହଞ୍ଚିବା ପରେ ନିଜ ଦୋଷ ବୁଝି ପାରିଲି।” ଜନ୍ମ କଲା ମା’କୁ ହତାଦାର କରିଥିବା ଅର୍ଜୁନ ପୋଥାଳ ଦେଇଛନ୍ତି ଏପରି ସଫେଇ। ଏପରିକି ତାଙ୍କ ସ୍ତ୍ରୀଙ୍କୁ ଦଣ୍ଡିତ କରାଯିବା ଉଚିତ ବୋଲି ମଧ୍ୟ ସେ କହିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଆହାର କେନ୍ଦ୍ର ବାରଣ୍ଡାରେ ଗତକାଲି କୁନ୍ତଳା ପୋଥାଳଙ୍କୁ ଅର୍ଜୁନ ଓ ତାଙ୍କ ସ୍ତ୍ରୀ  ଛାଡ଼ି ଦେଇ ପଳାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ସବୁ ବର୍ଗର ଲୋକେ ଏହାକୁ ନିନ୍ଦା କରିଥିଲେ। ଏହି  ଘଟଣା ପ୍ରଚାରିତ ହେବା ପରେ ଅର୍ଜୁନଙ୍କ ପୁଅ ମୁଣ୍ଡରେ ଚେତା ପଶିଥିଲା ଓ ସେ ଗତକାଲି ରାତିରେ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ  ଚିକିତ୍ସିତ ହେଉଥିବା ତାଙ୍କ ମା’ଙ୍କ ନିକଟରେ ପହଞ୍ଚିଥିଲେ। ସେ ମା’ଙ୍କୁ ସାଙ୍ଗରେ ନେଇ ଘରକୁ ଯିବେ ବୋଲି କହିଛନ୍ତି।  କିନ୍ତୁ ନିର୍ଯାତନାରେ ଅତିଷ୍ଠ ହୋଇ ପଡ଼ିଥିବା କୁନ୍ତଳା ଘରକୁ ଫେରିବାକୁ ଅମଙ୍ଗ ହୋଇଛନ୍ତି । ବାକି ଜୀବନ ସେ ମେଡ଼ିକାଲ ବେଡରେ  ବିତାଇବେ ବୋଲି ଭଲମନ୍ଦ ବୁଝିବାକୁ ଆସିଥିବା ତହସିଲଦାରଙ୍କ ହାତ ଧରି ନେହୁରା ହୋଇଥିଲେ।  କୁନ୍ତଳାଙ୍କ ପାଖରେ ରହିବାକୁ ତହସିଲଦାର ଅର୍ଜୁନଙ୍କୁ କହିଥିବା ବେଳେ ତାଙ୍କ ସ୍ତ୍ରୀ ଆସିଲେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି କହିଛନ୍ତି।

ଗତକାଲି ଦିନ ତମାମ ଜଣେ ବୃଦ୍ଧା ଚାନ୍ଦବାଲି ଆହାର କେନ୍ଦ୍ର ବାରଣ୍ଡାରେ ପଡ଼ି ରହିବା ପରେ  ସ୍ଥାନୀୟ ଲୋକେ ତାଙ୍କ କଥା ପଚାରି ବୁଝିଥିଲେ। ଆଉ ବୃଦ୍ଧା ଜଣକ ଖନେଇ ଖନେଇ  ପୁଅ ଅର୍ଜୁନ ଓ ବୋହୂ କାଳୀ ତାଙ୍କୁ ମାଡ଼ ମାରି ଏଇଠି ଛାଡ଼ି ଦେଇଥିବା କହିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବହୁ ବଦାନ୍ୟ ଲୋକଙ୍କ ଭିଡ ଜମିଥିଲା ।

ସନ୍ଧ୍ୟାରେ ଚାନ୍ଦବାଲି ଜେଏମ୍ଏଫ୍‌ସି କୋର୍ଟ ବିଚାରପତି ସୁନୀତା ରାଉତ ମେଡିକାଲ୍‌ରେ ପହଞ୍ଚି ବୃଦ୍ଧାଙ୍କ ସହ କଥା ହୋଇଥିଲେ। ଡାକ୍ତରଙ୍କଠାରୁ ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲ। ବୁଝାସୁଝା ପାଇଁ ଜଣେ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରି ଫେରିଥିଲେ।  ସୁସ୍ଥ ହୋଇଗଲେ ବୃଦ୍ଧାଶ୍ରମରେ ତାଙ୍କ ରହିବା ଲାଗି ବ୍ୟବସ୍ଥା ମଧ୍ୟ କରି ଦେଇଥିଲେ ।



from Odisha Reporter https://ift.tt/2POiogK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages