ବୁଡ଼ିଗଲା ମାଛ ଧରା ଟ୍ରଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 4, 2019

ବୁଡ଼ିଗଲା ମାଛ ଧରା ଟ୍ରଲର

ପାରାଦୀପ(ରମାକାନ୍ତ ନାୟକ): ଆଜି ଭୋର ସମୟରେ ପାରାଦୀପ ଉପକୂଳ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ସହ ପିଟି ହୋଇ ଏକ  ଟ୍ରଲର ସମୁଦ୍ରରେ ବୁଡି ଯାଇଛି। ଉକ୍ତ ସମୟରେ ଟ୍ରଲରରେ ଥିବା ସମସ୍ତ ୬ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଟ୍ରଲରଟି ମାଛ ଧରି ନେହେରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିଲା। ଏହି ସମୟରେ ଘନ କୁହୁଡି ଯୋଗୁ ସମୁଦ୍ରରେ ଥିବା ବ୍ଲାକରୋଜ୍ ଜାହାଜ ସହ ପିଟି ହୋଇ ଟ୍ରଲରଟି ବୁଡ଼ି ଯାଇଥିଲା। ତେବେ ଟ୍ରଲରରେ ଥିବା ଛଅ ଜଣ ମତ୍ସ୍ୟଜୀବୀଙ୍କୁ ଅନ୍ୟ ଏକ ଡଙ୍ଗାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଘନ କୁହୁଡି ହେତୁ ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକ ରୋଜ ଜାହାଜକୁ ଟ୍ରଲର ଚାଳକ ଦେଖି ପାରିନଥିଲେ। ଫଳରେ ଜାହାଜ ସହ  ଧକ୍କା ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଯୋଗୁ ଟ୍ରଲରଟି ସମୁଦ୍ରରେ ବୁଡ଼ି  ଯାଇଥିବା ବେଳେ ସେଥିରେ ଥିବା ମାଛ, ଜାଲ ଓ ଅନ୍ୟ ମାଛଧରା ସାମଗ୍ରୀ ପାଣିରେ ଭାସି ଯାଇଛି।



from Odisha Reporter https://ift.tt/2pGUI3o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages