ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ, ଏସିଆନ-ଭାରତ ସମ୍ମିଳନୀରେ ଦେବେ ଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 1, 2019

ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ, ଏସିଆନ-ଭାରତ ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ଦିନିଆ ଥାଇଲାଣ୍ଡ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏସଆନ-ଭାରତ, ପୂର୍ବ ଏସିଆ ଏବଂ ଆରସିଇପି ସମ୍ମିଳନୀରେ ଯୋଗ ଦେବେ। ଆଜି ଥାଇଲାଣ୍ଡରେ ପହଞ୍ଚିବା ପରେ ସେଠିକାର ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଗୁରୁ ନାନକ ଦେବଙ୍କ ୫୫୦ ଜୟନ୍ତୀ ଅବସରରେ ସ୍ମାରକ କଏନର ଉନ୍ମୋଚନ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୋଦି ଏହି ଗସ୍ତ କରିଛନ୍ତି।

ଆସନ୍ତାକାଲି ୧୬ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ରହିଛି। ଏହି ଅବସରରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ-ଓ-ଚାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ। ବ୍ୟାଙ୍କକକରେ ଆରସିଇପି(ରିଜିଓନାଲ କମ୍ପ୍ରେନସିଭ ଇକୋନମିକ ପାର୍ଟନରସିପ୍)ରେ ଭାରତର ଆର୍ଥିକ ଭାଗିଦାରୀକୁ ନେଇ ଦୀର୍ଘ ଦିନର ସମସ୍ୟା ରହିଛି। ଯାହାର ସମାଧାନ ଏହି ଭେଟଘାଟ ବେଳେ ହେବ ବୋଲି ଜଣାପଡ଼ିଛି।

ଆରସିଇପି ନିୟମ ଅନୁଯାୟୀ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ କାରବାର ହୋଇଥାଏ। ଏହି ଆରସିଇପି ଦକ୍ଷିଣ ଏସିଆର ୧୦ଟି ଦେଶ (ବ୍ରୁନେଇ, କମ୍ୱୋଡିଆ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ସିଙ୍ଗାପୁର, ଥାଇଲାଣ୍ଡ, ଫିଲିପାଇନ୍ସ, ଲାଓସ ଏବଂ ଭିଏତନାମା)କୁ ନେଇ ଗଠିତ। ଏହି ଆରସିଇପି ସହିତ ଏଫଟିଏ (ଫ୍ରି ଟ୍ରେଡ ଏଗ୍ରିମେଣ୍ଟ)ର ଚୁକ୍ତି ରହିଛି। ଏଫଟିଏ ମଧ୍ୟରେ ଭାରତ, ଚୀନ, ଜାପାନ, ସାଉଥ କୋରିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ରହିଛି।



from Odisha Reporter https://ift.tt/2qdj2d1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages