ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ ମାନ୍ଦା ଅବସ୍ଥା ରହିଛି। ଏଭଳି ସ୍ଥିତିରେ ମୋଦି ସରକାରର କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଝିଅ ନନ୍ଦିତା ମିଶ୍ର। ବର୍ତ୍ତମାନ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ରହିଛନ୍ତି। ସରକାର ଏବେ ତାଙ୍କର ବଦଳି କରିଛନ୍ତି କର୍ପୋରେଟ ମନ୍ତ୍ରଣାଳୟକୁ। ୧୯୯୩ ବ୍ୟାଚର ଆଇଇଏସ ହେଉଛନ୍ତି ନନ୍ଦିତା ମିଶ୍ର। ସେ ଡିଏମ ସ୍କୁଲ ଭୁବନେଶ୍ୱରରେ ପାଠ ପଢ଼ୁଥିଲେ। ଆଗାମୀ ଦିନରେ ତାଙ୍କର ପରାମର୍ଶ ଦେଶର ଅର୍ଥନୀତିକୁ ସୁଦୃଢ କରିବ ବୋଲି ଡିଏମ ସ୍କୁଲର ଆଲୁମ୍ନି ଅଂଶୁମାନ ଦାସ ମତ ପ୍ରକାଶ କରିଛନ୍ତି।
from Odisha Reporter https://ift.tt/2C1eyJ8
No comments:
Post a Comment