ସ୍ତ୍ରୀକୁ ହଇରାଣ କଲେ, ସ୍ୱାମୀକୁ ଗୁଳି ମାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ସ୍ତ୍ରୀକୁ ହଇରାଣ କଲେ, ସ୍ୱାମୀକୁ ଗୁଳି ମାରିଲେ

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡ଼ାରେ  ଗୁଳିମାଡ଼ ହୋଇଛି।  ଏଥିରେ ଧରଣୀଧର ସାହୁ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କ ଘର ପାତ୍ରପଡ଼ାରେ।

ସୂଚନାଅନୁସାରେ, ଧରଣୀଧରଙ୍କ ପତ୍ନୀ ଗତକାଲି ତାଙ୍କ ଝିଅ ଘର ପାତ୍ରପଡ଼ାରେ ଥିଲେ। ହେଲେ ବିଳମ୍ୱିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଝିଅ ଘରକୁ ଆସି ହଇରାଣ କରୁଥିବା ନେଇ ତାଙ୍କ ପତ୍ନୀ ଧରଣୀଧରଙ୍କୁ ଫୋନ୍‌ ଯୋଗେ କହିଥିଲେ। ଏହାପରେ ଧରଣୀଧର ଝିଅ ଘରକୁ ଯାଇଥିଲେ। ଏହି ସମୟରେ ୪ରୁ ୫ ଜଣ ଛପି ରହିଥିବା ଦୁର୍ବୃତ୍ତ ଦୁଇଟି କାର୍‌ରେ ଆସି ଧରଣୀଧରଙ୍କ ଉପରକୁ  ଗୁଳିମାଡ଼ କରିଥିଲେ।  ଏଥିରେ ଧରଣୀଙ୍କ ଡାହାଣ ଆଣ୍ଠୁରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଛି।

ତେବେ ଗଞ୍ଜେଇ ବେପାରକୁ ନେଇ ଗୁଳିମାଡ଼ ହୋଇଥିବା ପୁଲିସ୍‌ ସୂଚନା ମିଳିଛି।  ଏଥିସହ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2OLpvo2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages