ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍, ୪ ମୃତ, ୩୦ରୁ ଅଧିକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 27, 2019

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍, ୪ ମୃତ, ୩୦ରୁ ଅଧିକ ଆହତ

ଲକ୍ଷ୍ନୌ: ଟାୟାର ଫାଟିବାରୁ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ସଡ଼କ ଦୁର୍ଘଟଣାର ଶିକାର ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଉତ୍ତର ପ୍ରଦେଶ କନୌଜ ଦେଇ ଯାଇଥିବା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଜୟପୁରରୁ ବିହାର ଯାଉଥିବା ବେଳେ କନୌଜ ନିକଟରେ ବସଟି ଦୁର୍ଘଟଣାର ଶିକାର ହୋଇଛି। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଉଦ୍ଧରକାରୀ ଟିମ୍ ପହଞ୍ଚି ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରିଛି।

ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାର ଚିତ୍ର ଦେଖିବାକୁ ମିଳିଛି। ବସକୁ ରାସ୍ତାରୁ ହଟାଇବା ପାଇଁ କ୍ରେନର ସାହାଯ୍ୟ ନେଇଛି ଜିଲ୍ଲା ପ୍ରଶାସନ। ଦୁର୍ଘଟଣା ବାବଦରେ ଖବର ମିଳିବା ପରେ ଜିଲ୍ଲାପାଳ ରବୀନ୍ଦ୍ର କୁମାର, ପୁଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବସଟି ଅଧିକ ବେଗରେ ଆସୁଥିବା ବେଳେ ଟାୟାର ଫାଟି ଯାଇଥିଲା। ଫଳରେ ଜାତୀୟ ରାଜପଥର ଡିଭାଇଡରରେ ଆସି ବସଟି ପିଟି ହୋଇଥିଲା।



from Odisha Reporter https://ift.tt/2P3TtUL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages