ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡୋପ ଟେଷ୍ଟରେ ଧରାପଡ଼ିଲେ ଓଡ଼ିଆ ଭାରୋତ୍ତୋଳକ ରବି କୁମାର। ଫଳରେ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି ବା ନାଡା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏଥିଯୋଗୁ ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି।
୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୬୯ କିଲୋଗ୍ରାମ ବର୍ଗରେ ରବି କୁମାର ସ୍ୱର୍ଣ୍ଣ ପଦକ ପାଇଥିଲେ। ସେହିପରି ୨୦୧୪ରେ ୭୭ କେଜି ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ରବି କୁମାରଙ୍କ ସହ ଅନ୍ୟ ୪ ଖେଳାଳିଙ୍କୁ ମଧ୍ୟ ନାଡା ପକ୍ଷରୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି । ସେମାନେ ହେଲେ ପୂର୍ଣ୍ଣିମା ପାଣ୍ଡେ, ଡିସ୍କସ୍ ଥ୍ରୋର ଧରମ୍ରାଜ ଯାଦବ, ସ୍ପ୍ରିଣ୍ଟର ସଞ୍ଜିତ ଏବଂ ଭାରୋତ୍ତୋଳକ ଗୁରୁମିଲ୍ ସିଂହ।
from Odisha Reporter https://ift.tt/36Aj6V5
No comments:
Post a Comment