ଦାଦନ ଖଟିବାକୁ ଯାଉଥିଲେ, ଉଦ୍ଧାର ହେଲେ ୧୧ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 3, 2019

ଦାଦନ ଖଟିବାକୁ ଯାଉଥିଲେ, ଉଦ୍ଧାର ହେଲେ ୧୧ ଶ୍ରମିକ

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଦାଦନ ଚାଲାଣ ରୋକିବାକୁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଏହା କମିବା ନାଁ ଧରୁନି। ୨ ଦିନ ପୂର୍ବେ ରାଇଘର ଅଞ୍ଚଳର ୧୭ଜଣଙ୍କୁ ଜୟପୁର ପୁଲିସ୍‌ ଉଦ୍ଧାର କରିଥିଲା । ଏହାପରେ କୋରାପୁଟ ପୁଲିସ୍‌ ଦ୍ୱାରା ୧୧ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି।

ଉଦ୍ଧାର  ଦାଦନ ଶ୍ରମିକ ଏକ ବସ୍‌ରେ ରାଇଘରରୁ ବିଶାଖାପାଟଣା ଯାଉଥିଲେ । ସେମାନେ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୫ଜଣ ନାବାଳକ ଅଛନ୍ତି।

କୌଣସି ସୂତ୍ରରୁ କୋରାପୁଟ ପୁଲିସ୍‌ ଖବର ପାଇ ବସ୍‌ଷ୍ଟାଣ୍ଡରୁ ସମସ୍ତଙ୍କୁ ଉଦ୍ଧାର କରିଥିଲା ଏହାପରେ ସେମାନଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଘଟଣାରେ ପୁଲିସ୍‌ ସଂପୃକ୍ତ ଦଲାଲକୁ ଗିରଫ କରିଛି ।



from Odisha Reporter https://ift.tt/2WFDLCl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages