ନୂଆଦିଲ୍ଲୀ: ଦେଶରେ ଟେଲିକମ ଶିଳ୍ପ ଅନେକ କଡ଼ା ପରିସ୍ଥିତି ଦେଇ ଗତି କରୁଛି। ବଜାରରେ ଜିଓର ପ୍ରଭାବ ଏବଂ ନିକଟରେ ସୁପ୍ରିମକୋର୍ଟ ସମସ୍ତ ଟେଲିକମ କମ୍ପାନୀଙ୍କୁ ବକେୟା ଏଜିଆର ଟଙ୍କା ୩ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନଜରରେ ରଖି ଡିସେମ୍ୱର ଆରମ୍ଭରୁ ଏୟାର ଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ ଦର ବଢ଼ାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ କେତେ ଟଙ୍କା ଦର ବୃଦ୍ଧି ହେବ ସେ ବାବଦରେ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ସ୍ପଷ୍ଟ କରି ନାହାନ୍ତି।
ଦେଶରେ ଟେଲିକମ ଶିଳ୍ପ ଏବେ ଜଟିଳ ସ୍ଥିତି ଦେଇ ଗତି କରୁଛି। ଦେଶ ଡିଜିଟାଲ ମୁହାଁ ହେଉଥିବାରୁ ଏହି ଶିଳ୍ପରେ ବଡ଼ ଆକାରର ପୁଞ୍ଜି ନିବେଶ ମଧ୍ୟ ଆବଶ୍ୟକ ରହିଛି। ସମସ୍ତ ସ୍ଥିତିକୁ ଦେଖି ନିୟମ ମୁତାବକ ଡିସେମ୍ୱର ମଧ୍ୟରେ ଦର ବୃଦ୍ଧି ହେବ ବୋଲି ଏୟାରଟେଲ କହିଛି।
ସେହିପରି ଭୋଡ଼ାଫନ ମଧ୍ୟ ଦର ବୃଦ୍ଧିର କାରଣ ଏୟାରଟେଲ ଭଳି ସମାନ କଥା କହିଛି। ଡିସେମ୍ୱର ୧ରୁ ଦର ବୃଦ୍ଧି କରିବ ବୋଲି କମ୍ପାନୀ କହିଛି।
ସୂଚନାଯୋଗ୍ୟ, ନିକଟରେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ମିଶି ୭୪ ହଜାର ଟଙ୍କା କ୍ଷତି ସହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହାପୂର୍ବରୁ ସୁପ୍ରିମକୋର୍ଟ ବକେୟା ଏଜିଆର ଟଙ୍କା ଦେବାକୁ ଟେଲିକମ କମ୍ପାନୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏବେ ଟେଲିକମ କମ୍ପାନୀଙ୍କ ପାଇଁ ବଡ଼ ବୋଝ ପାଲଟିଛି। ଏଜିଆର ଟଙ୍କା ଛାଡ଼ କରିବା ପାଇଁ ଭୋଡାଫୋନ ନିକଟରେ ସରକାରଙ୍କୁ ନିବେଦନ କରିଛି। ନଚେତ ଏହି ବ୍ରିଟିଶ କମ୍ପାନୀ ଭାରତରେ ବ୍ୟବସାୟ ବନ୍ଦ କରିପାରେ ବୋଲି ପରୋକ୍ଷରେ ଇଙ୍ଗିତ କରିଛି।
from Odisha Reporter https://ift.tt/2Op7KL5
No comments:
Post a Comment