ଫି’ ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 11, 2019

ଫି’ ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ନୂଆଦିଲ୍ଲୀ:  ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦିଲ୍ଲୀ ସ୍ଥିତ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫି’ ବୃଦ୍ଧି ପ୍ରସଙ୍ଗରେ ଛାତ୍ରଛାତ୍ରୀ ଆଲୋଚନା କରିବା ପାଇଁ ଭାଇସ ଚାନସେଲର ମମିଦଲା ଜଗଦେଶ କୁମାରଙ୍କୁ ବାରମ୍ୱାର ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରସ୍ତାବ ଖାରଜ ହେବା ପରେ ଆଜି ଜେଏନ୍‌ୟୁ ଛାତ୍ର ସଙ୍ଗଠନ ନାଟକୀୟ ଭାବରେ ବିଶ୍ୱବିଦ୍ୟାଳୟ ବାହାରେ ପ୍ରତିବାଦ କରିଛି।

ବିଶ୍ୱବିଦ୍ୟାଳୟ ପାଖରେ ଏଆଇସିଟିଇର ଏକ ସମ୍ମିଳନୀ ଚାଲିଥିଲା। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ। ପ୍ରତିବାଦକାରୀ ଏଆଇସିଟିଇ ସମ୍ମିଳନୀ ମୁହାଁ ହେଉଥିବା ଦେଖି ପୁଲିସ୍ ବାରିକେଡ୍‌ ବସାଇଥିଲା। ଏହାପରେ ପୁଲିସ ଓ ଛାତ୍ରଛାତ୍ରୀଙ୍କ ସହ ସଂଘର୍ଷ ହୋଇଥିଲା।

ପ୍ରତିବାଦକାରୀଙ୍କ ମଧ୍ୟରେ ଜଣେ ଛାତ୍ର କହିଛନ୍ତି, ବିନା କୌଣସି ଆଲୋଚନାରେ ହଷ୍ଟେଲ୍ ଫି’ ବୃଦ୍ଧି କରାଯାଇଛି। ସପ୍ତାହେ ହେବ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଛାତ୍ରଛାତ୍ରୀ ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ସେହିଭଳି କ୍ୟାମ୍ପସରେ କର୍ଫ୍ୟୁ ସମୟ ଏବଂ ଡ୍ରେସ କୋଡକୁ ନେଇ ଯେଉଁ ନିୟମ କରାଯାଇଛି ଏହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଗୁରୁବାର ଜେଏନ୍‌ୟୁ ପ୍ରଶାସନ ହଷ୍ଟେଲ୍‌ ମାନୁଆଲ୍‌ ବିରୋଧରେ ଆନ୍ଦୋଳନ ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଏହି ମାନୁଆଲ୍‌ରେ ଫି’ ବୃଦ୍ଧି ଏବଂ ଡ୍ରେସ୍‌କୋଡ ପ୍ରସଙ୍ଗ ରହିଛି। ପ୍ରଶାସନ ଆହୁରି କହିଛି ଯେ ଏଭଳି ପ୍ରତିବାଦ ପାଠପଢ଼ାକୁ ପ୍ରଭାବିତ କରୁଛି।



from Odisha Reporter https://ift.tt/32DnX4q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages