କୋରାପୁଟ(ସୂର୍ଯ୍ୟ ପଣ୍ଡା): ଭିଜିଲାନ୍ସ ଜାଲ୍ରେ ପୁଲିସ୍ ଅଧିକାରୀ। ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଏଏସ୍ଆଇ ଶରତ କୁମାର ସାହୁ ଧରାପଡ଼ିଛନ୍ତି। ଗତକାଲି ରାତିରେ ଜୟପୁର ଭିଜିଲାନ୍ସ ଟିମ୍ ଶରତଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁସାରେ, ସ୍ଥାନୀୟ ବେଳମା ସାହିର ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ଏକ ଜମିଜମା ବିବାଦ ରହିଥିଲା। ଏହାର ମାପଚୁପ୍ କରିବାକୁ ନେଇ ତାଙ୍କଠୁ ଏଏସ୍ଆଇ ଶରତ ସାହୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରଶାନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ ପ୍ରଶାନ୍ତ ୭ ହଜାର ଟଙ୍କା ଶରତଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ନେଇଥିଲା। ଏଥିସହ ଭିଜିଲାନ୍ସ ଅଧିକାରୀ ୭ ହଜାର ଟଙ୍କା ମଧ୍ୟ ଜବତ କରିଛନ୍ତି।
from Odisha Reporter https://ift.tt/35FXc1l
No comments:
Post a Comment