ପୁଅ-ବୋହୂଙ୍କ ମାଡ଼ ସହି ନପାରି ଘର ଛାଡ଼ିଲେ ବୃଦ୍ଧା, ଗଛମୂଳେ ନେଲେ ଆଶ୍ରୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

ପୁଅ-ବୋହୂଙ୍କ ମାଡ଼ ସହି ନପାରି ଘର ଛାଡ଼ିଲେ ବୃଦ୍ଧା, ଗଛମୂଳେ ନେଲେ ଆଶ୍ରୟ

ସୋର(ଶଶିକାନ୍ତ ବେହେରା): ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ପୁଅ-ବୋହୂ ମାଡ଼ ମାରିବା ଯୋଗୁ  ସେ ଘର ଛାଡ଼ି ଏକ ଗଛ ମୂଳେ ଆଶ୍ରୟ ନେଇଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା  ସୋର ପୌରପାଳିକା ଅନ୍ତର୍ଗତ  ତୁଣ୍ଡପଡ଼ା ଗାଁରେ। ବୃଦ୍ଧାଙ୍କ ନାଁ ମାଗୁଣି ନାଥ ।

ସୂଚନା ଅନୁସାରେ, ମାଗୁଣିଙ୍କ ସ୍ୱାମୀ ଭାରତ ନାଥ ୪୦ ବର୍ଷ ହେବ ଆରପାରିକୁ ଚାଲିଯାଇଛନ୍ତି। ଏବେ ତାଙ୍କର ତିନୋଟି ପୁଅ ଅଛନ୍ତି। ବଡ଼ ଓ ମଝିଆ ପୁଅ ତାଙ୍କ କଥା ବୁଝନ୍ତି ନାହିଁ। ସେ ସାନ ପୁଅ ପ୍ରଫୁଲ୍ଲ ଓ ବୋହୂ ଜୟନ୍ତୀଙ୍କ ପାଖରେ ରୁହନ୍ତି।  ତେବେ ତାଙ୍କ ସାନ ପୁଅ ବୋହୂ ତାଙ୍କୁ ଖାଇବାକୁ ନଦେଇ ମାଡ଼ି ମାରୁଥିବା ସେ ଅଭିଯୋଗ କରିଛନ୍ତି। ଏମିତିକି ସେ ପାଉଥିବା ଭତ୍ତା ଟଙ୍କା ପୁଅବୋହୂ ନେଇଯାଆନ୍ତି। ଏବେ ମାଗୁଣି ୬ ଦିନ ହେବ ଘର ଛାଡ଼ି ଏକ ଗଛ ମୂଳେ ରହୁଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଦେଖିବା ପରେ ୧୦୮ ଆମ୍ୱୁଲାନ୍ସ ଯୋଗେ ଗତକାଲି ତାଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

 ମାଗୁଣି ନାଥ କହିଛନ୍ତି, “ସାନ ପୁଅବୋହୂ ଖାଇବାକୁ ଦେଉ ନାହାନ୍ତି। ମୋତେ ମାରୁଛନ୍ତି ଓ ଅଭଦ୍ର ଭାଷାରେ ଗାଳି କରୁଛନ୍ତି। ତେଣୁ ମୁଁ ହେବ ଘର ଛାଡ଼ି ପଳାଇ ଆସିଲି।”  

ଡାକ୍ତର ବ୍ରଜ ସୁନ୍ଦର ସ୍ୱାଇଁ କହିଛନ୍ତି, “ବୃଦ୍ଧାଙ୍କୁ ତାଙ୍କ ପୁଅ ବୋହୂ ମାଡ଼ି ମାରିଥିବା ସେ କହୁଛନ୍ତି। ଡାକ୍ତରଖାନା ଆସିଲା ବେଳକୁ ତାଙ୍କ ଶରୀରରେ ଆଘାତ ଚିହ୍ନ ରହିଥିଲା। ଡାକ୍ତରଖାନା ପକ୍ଷରୁ ତାଙ୍କୁ ଚିକିତ୍ସା କରାଯାଉଛି। ଏବେ ସେ ସୁସ୍ଥ ଅଛନ୍ତି।”

 



from Odisha Reporter https://ift.tt/2Xp1O9h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages