ଫୁଟ୍‌ବଲ୍‌ କୋଚ୍‌ ଭୂମିକାରେ ଅଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 11, 2019

ଫୁଟ୍‌ବଲ୍‌ କୋଚ୍‌ ଭୂମିକାରେ ଅଜୟ

ମୁମ୍ବାଇ: ଫୁଟ୍‌ବଲ୍ ଖେଳକୁ ନେଇ ଏକ ଫିଲ୍ମ ତିଆରି ହେଉଛି। ଏହାର ନାଁ ରଖାଯାଇଛି ‘ମୈଦାନ’। ଏଥିରେ ଲିଡ୍ ରୋଲ୍‌ରେ ଅଛନ୍ତି ଅଜୟ ଦେବଗନ୍‌। ଆଉ ୟା ଭିତରେ ଫିଲ୍ମର ରିଲିଜ୍ ତାରିଖ ଜଣାପଡ଼ିଛି।

ଅଜୟଙ୍କ ଏହି ଫିଲ୍ମଟି ୨୦୨୦ ନଭେମ୍ବର ୨୭ରେ ପରଦାକୁ ଆସିବା। ଦେଶର ଜଣାଶୁଣା ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତିା

ଏହି ଫିଲ୍ମରେ ଅଜୟ ଦେବଗନ୍ ଫୁଟ୍‌ବଲ୍ କୋଚ୍ ସଇଦ୍ ଅବଦୁଲ୍‌ ରହିମ୍‌ଙ୍କ ଭୂମିକାରେ ଅଭିନୟ କରିବେ। ତାଙ୍କ ଦିଗ୍‌ଦର୍ଶନରେ କେମିତି ଭାରତୀୟ ଫୁଟବଲ୍ ଟିମ୍ ୧୯୫୬ରେ ଅଲିମ୍ପିକ୍ସର ସେମିଫାଇନାଲ୍‌ରେ ପହଞ୍ଚି ପାରିଥିଲା, ତାହାକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି। ଏହି ଫିଲ୍ମରେ ତାମିଲ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ମଧ୍ୟ ଦେଖିବାକୁ ମିଳିବ।

View this post on Instagram

By Popular Demand.

A post shared by Ajay Devgn (@ajaydevgn) on

ଏଯାଏ ଏହି ଫିଲ୍ମର ପୂରା ଷ୍ଟାରକାଷ୍ଟ୍ ସ୍ଥିର ହୋଇ ନାହିଁ। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଶୁଟିଂ ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି। ଫିଲ୍ମଟିକୁ ବୋନି କପୁର, ଆକାଶ ଚାୱଲା ଓ ଅରୁଣାଲା ଜୟ ସେନଗୁପ୍ତା ମିଶି ପ୍ରଯୋଜନା କରୁଥିବାବେଳେ ଏହାର ନିର୍ଦ୍ଦେଶନା ଦେବେ ଫିଲ୍ମ ‘ବଧାଇ ହୋ’ର ନିର୍ଦ୍ଦେଶକ ଅମିତ ରବୀନ୍ଦ୍ରନାଥ ଶର୍ମା।

 



from Odisha Reporter https://ift.tt/32CF3j3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages