ଜନ୍ମଦିନରେ ସଲ୍‌ମାନ୍‌ଙ୍କୁ ଖାସ୍‌ ଉପହାର ଦେଲେ ଅର୍ପିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ଜନ୍ମଦିନରେ ସଲ୍‌ମାନ୍‌ଙ୍କୁ ଖାସ୍‌ ଉପହାର ଦେଲେ ଅର୍ପିତା

ମୁମ୍ବାଇ: ଶୁକ୍ରବାର ଭାଇ ସଲ୍‌ମାନ୍‌ ଖାନ୍‌ଙ୍କ ଜନ୍ମଦିନରେ ଭଉଣୀ ଅର୍ପିତା ଦେଲେ ଖାସ୍‌ ଉପହାର। ଗତକାଲି ଅର୍ପିତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ସହିତ ସେ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି। ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମା ସୋଶାଲ୍‌ ମିଡିଆରେ ଏକ ପୋଷ୍ଟ୍‌ କରି ଝିଅର ନାଁ ମଧ୍ୟ ପ୍ରକାଶ କରିଛନ୍ତି।

ସେ ଲେଖିଛନ୍ତି, “ଆମ ଘରେ କୁନି ଝିଅ ଜନ୍ମ ନେଇଛି। ଆୟତ ଶର୍ମାଙ୍କୁ ମିଳିଥିବା ଭଲ ପାଇବା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ୍।’ ଆୟୁଷ ଓ ଅର୍ପିତା ସେମାନଙ୍କ ଝିଅର ନାଁ ଆୟତ ରଖିଛନ୍ତି। ସେମାନଙ୍କର ଏକ ପୁଅ ଅଛି। ତାଙ୍କ ନାଁ ଆହିଲ୍‌।

ଭାଇ ସଲ୍‌ମାନ୍‌ଙ୍କୁ ତାଙ୍କ ଜନ୍ମଦିନରେ ଖାସ୍‌ ଉପହାର ଦେବାକୁ ଅର୍ପିତା ପୂର୍ବରୁ ପ୍ଲାନ୍‌ କରିଥିଲେ। ତାଙ୍କର ଡେଲିଭରୀ ଡେଟ୍‌ ଡିସେମ୍ବର ୨୭ ପାଖାପାଖି ହେବ ବୋଲି ଡାକ୍ତର କହିବା ପରେ ସେ ଏହି ଯୋଜନା କରିଥିଲେ। ଡିସେମ୍ବର ୨୭ ତାରିଖରେ ସଲ୍‌ମାନ୍‌ଙ୍କ ଜନ୍ମଦିନରେ ସି-ସେକ୍ସନ୍ ବା ସିଜରିଆନ୍‌ ମାଧ୍ୟମରେ ଛୁଆଟିକୁ ଜନ୍ମ ଦେବାକୁ ସେ ନିଷ୍ପତ୍ତି ନେଇଥିଲେ।

 



from Odisha Reporter https://ift.tt/2t7RqYo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages