‘ସୌନ୍ଦର୍ଯ୍ୟକରଣ ପାଇଁ ସେବାୟତଙ୍କ ଘର ଭଙ୍ଗା ନ ଯାଉ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

‘ସୌନ୍ଦର୍ଯ୍ୟକରଣ ପାଇଁ ସେବାୟତଙ୍କ ଘର ଭଙ୍ଗା ନ ଯାଉ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଫ୍ଟ ଆର୍କିଟେକ୍ଚର ପ୍ଲାନ୍ ଲୋକାର୍ପଣ ପରେ ଏହାକୁ ସେବାୟତମାନେ ସ୍ୱାଗତ କରିଛନ୍ତି । କିନ୍ତୁ ସୌନ୍ଦର୍ଯ୍ୟକରଣ ପାଇଁ ଆଉ ସେବାୟତମାନଙ୍କ ଘର ନଭାଙ୍ଗିବା ପାଇଁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଅନୁରୋଧ କରିଛନ୍ତି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପାଇଁ ଜମି ଦେଇଥିବା ଲୋକମାନଙ୍କୁ ସରକାରୀ ଚାକିରି ଯୋଗାଇଦେବାକୁ ବରିଷ୍ଠ ସେବାୟତ ରଜତ ପ୍ରତିହାରୀ ଦାବି କରିଛନ୍ତି ।  ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ଥାୟୀ ସୌନ୍ଦର୍ଯ୍ୟକରଣ ପାଇଁ ଦାବି କରିଛନ୍ତି । ଗତକାଲି ଶ୍ରୀ ଜଗନ୍ନାଥ ଐତିହ୍ୟ କରିଡର ପାଇଁ ଜମି ଦାନ କରିଥିବା ସମସ୍ତ ବ୍ୟକ୍ତି ଓ ମଠକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ନାଁ କରିଡରର ଏକ ସ୍ଥାୟୀ ଫଳକରେ ଖୋଦେଇ ହୋଇ ରହିବ ବୋଲି ଘୋଷଣା କରିଥିଲେ । ଅଧିଗୃହୀତ ସବୁ ଜମି ଜଗନ୍ନାଥଙ୍କ ନାଁରେ ରେକର୍ଡ ରହିବ।

ଏଥିସହ କରିଡର୍ ପ୍ଲାନ୍ ସଂପର୍କରେ ଜାନୁଆରୀ ୧୫ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିଛନ୍ତି ରାଜ୍ୟ ସରକାର । ମତାମତ ମିଳିବା ପରେ ଫେବୃଆରୀ ୨୦୨୦ ସୁଦ୍ଧା ଐତିହ୍ୟ କରିଡରର ଚୂଡ଼ାନ୍ତ ପ୍ଲାନ୍ ପ୍ରକାଶିତ ହେବ।



from Odisha Reporter https://ift.tt/36bxdPL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages