ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର, ତେଲେଙ୍ଗାନା ପୁଲିସକୁ ଧନ୍ୟବାଦ ଦେଲେ ନିର୍ଭୟାଙ୍କ ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 5, 2019

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର, ତେଲେଙ୍ଗାନା ପୁଲିସକୁ ଧନ୍ୟବାଦ ଦେଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ପୁଲିସ ଏନକାଉଣ୍ଟରରେ ଏହି ୪ ଅଭିଯୁକ୍ତର ମୃତ୍ୟୁ ଘଟିଛି। ଜାତୀୟ ରାଜପଥ ୪୪ରେ ଏହି ଏନକାଉଣ୍ଚର କରିଛି ଶାମସାବଦ ପୁଲିସ। ଏହି ଏନକାଉଣ୍ଟରକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ମୃତ ୪ ଅଭିଯୁକ୍ତ ହେଲେ ଆରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ। ପୁଲିସର ଏଭଳି ପଦକ୍ଷେପକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ହେଲେ ଲୋକମାନେ ସେଠାରେ ‘ପୁଲିସ ଜିନ୍ଦାବାଦ’ ନାରା ଦେବା ସହିତ ପୁଲିସ ଉପରକୁ ଫୁଲ ଫୋପାଡ଼ି ଥିଲେ। ଏପରିକି ହାଇଦ୍ରାବାଦର କିଛି ସ୍ଥାନରେ ଲୋକେ ବାଣ ଫୁଟାଇ ପୁଲିସ୍‌କୁ ପ୍ରଶଂସା କରିଥିଲେ। ସେହିପରି ଦୁଷ୍କର୍ମ ତଥା ହତ୍ୟାର ଶିକାର ହୋଇଥିବା ମହିଳା ପ୍ରାଣୀଧନ ଚିକିତ୍ସିକଙ୍କ ପଡ଼ୋଶୀମାନେ ଏହି ଏନ୍‌କାଉଣ୍ଟର୍‌ ଖୁସିରେ ପୁଲିସ୍ ଅଧିକାରୀଙ୍କୁ ମିଠା ମଧ୍ୟ ଖୁଆଇଥିବା ଦେଖିବାକୁ ମିଳିଥିଲା।

ବୃନ୍ଦା ଗ୍ରୋଭର, ସୁପ୍ରିମକୋର୍ଟ ଆଇନଜୀବୀ

ପୁଲିସ ଉପରେ ଏତଲା ଦିଆଯିବା ଦରକାର। ସମସ୍ତ ଘଟଣାର ନ୍ୟାୟିକ ତଦନ୍ତ ହେବା ଦରକାର। ମହିଳାଙ୍କୁ ନ୍ୟାୟ ଦେବାକୁ ଯାଇ ପୁଲିସ ଏନକାଉଣ୍ଟର କରିବା ଠିକ୍ ନୁହେଁ।

ରେଖା ଶର୍ମା, ଜାତୀୟ ମହିଳା କମିଶନ

ଜଣେ ସାଧାରଣ ନାଗରିକ ଭାବରେ ମୁଁ ଖୁସି। ଆମେ ଅଭିଯୁକ୍ତଙ୍କର ଫାଶୀ ଚାହୁଁଥିଲୁ। କିନ୍ତୁ ଏହା ନ୍ୟାୟିକ ପ୍ରକ୍ରିୟା ଭିତରେ ହେବା ଉଚିତ ଥିଲା।

ନିର୍ଭୟାଙ୍କ ମା’
ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ପୁଲିସର ପଦକ୍ଷେପକୁ ପ୍ରଶଂସା କରୁଛି। ପୁଲିସ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ସୁଶ୍ରୀ ମାୟାବତୀ, ବିଏସପି ସୁପ୍ରିମୋ
ଉତ୍ତର ପ୍ରଦେଶରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଛି, ହେଲେ ପୁଲିସ ଶୋଇଛି। ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ପୁଲିସ ତେଲେଙ୍ଗାନା ପୁଲିସ ପାଖରୁ ଶିଖିବା ଉଚିତ।

ଅଲ୍ଲୁ ଅର୍ଜୁନ, ସାଉଥ ସୁପରଷ୍ଟାର

ଗୋଟିଏ ଧାଡ଼ିରେ ଲେଖିଛନ୍ତି ‘ନ୍ୟାୟ ମିଳିଲା’।

ମୃତକଙ୍କ ବାପା
ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ।

ଉମା ଭାରତୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିବା ପୁଲିସ ଅଧିକାରୀଙ୍କୁ ଅଭିନନ୍ଦନ।

ଆସଦୁଦ୍ଦିନ ଓୱେସୀ, ଏଆଇଏମଆଇଏମ ମୁଖ୍ୟ

ଏନକାଉଣ୍ଟର ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ନିୟମ ଅନୁୟାୟୀ ହେବା ଦରକାର।

ଶେହସ ପୋଲ୍ ବୈଦ, ଜମ୍ମୁ କଶ୍ମୀରର ପୂର୍ବତନ ଡିଜିପି

ସାବାସ ତେଲେଙ୍ଗାନା ପୁଲିସ।

ସେହିପରି ବଲିଉଡ୍ ଅଭିନେତା ଅନୁପମ୍ ଖେର ଓ ବ୍ୟାଡ଼ମିଣ୍ଟନ୍ ଷ୍ଟାର ସାଇନା ନେହୱାଲ୍‌ ପ୍ରମୁଖ ପୁଲିସ୍‌ର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ୨୭ ନଭେମ୍ୱରରେ ମହିଳା ଡାକ୍ତର ଜଣଙ୍କ ସଂଧ୍ୟା ବେଳେ ସ୍କୁଟିରେ ଘରକୁ ଆସୁଥିଲେ। ଶାମସାବାଦ ଟୋଲ ପ୍ଲାଜା ପୂର୍ବରୁ ଥିବା ଓଭର ବ୍ରିଜ ତଳେ ସ୍କୁଟିର ଟାୟାର ପମ୍ପଚର ହୋଇଯିବା ପରେ ଡାକ୍ତର ଜଣଙ୍କ ଛିଡ଼ା ହୋଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଡାକ୍ତରଙ୍କ ସହ ଗଣ ଦୁଷ୍କର୍ମ କରି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ପୋଡ଼ି ଦେଇଥିଲେ।



from Odisha Reporter https://ift.tt/2quvdmm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages