ଏଥର ଗଣତନ୍ତ୍ର ଉତ୍ସବରେ ଶୋଭା ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 24, 2019

ଏଥର ଗଣତନ୍ତ୍ର ଉତ୍ସବରେ ଶୋଭା ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ/ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଗଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ଏଥର ପୁଣି ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ଅନୁମତି ମିଳିବା ସହ ଅଂଶଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଆସିଛି ପତ୍ର । ଏଥର ମୋଟ୍ ୧୬ଟି ରାଜ୍ୟକୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ ୧୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା ।

ଏଥର ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିବ ଓଡ଼ିଶା ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ ପ୍ରଭୁ ଲିଙ୍ଗରାଜ ମନ୍ଦିର ଓ ଠାକୁରଙ୍କ ସହ ଗଭୀର ସଂପର୍କ ରଖୁଥିବା ରୁକୁଣା ରଥର ପ୍ରତିକୃତି । ଏହି ରଥ ଉପରେ ୮ ଜଣ ନୃତ୍ୟଶିଳ୍ପୀ ଓଡ଼ିଶୀ ଛନ୍ଦରେ ଓ ମେଢ଼ ଚାରିପାଖେ ୨୦ଜଣ ଶିଳ୍ପୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଏହି ମେଢ଼ର ପରିକଳ୍ପନା କରିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୧୫ଟି ଡିଜାଇନ୍ ପଠାଯାଇଥିଲା । ସେଥି ମଧ୍ୟରୁ ଗଜେନ୍ଦ୍ରଙ୍କ ଡିଜାଇନ୍ ଯୋଗ୍ୟ ବିବେଚିତ ହୋଇଛି ।



from Odisha Reporter https://ift.tt/2ZlRJe5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages