କୁଚିଣ୍ଡା(ଦେବେନ୍ଦ୍ର ବେହେରା): ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗଡ଼ପୋଷ ସେକ୍ସନ ଡୁମେରମୁଣ୍ଡା-ମହୁଲଲମୁଣ୍ଡା ରାସ୍ତାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନୀଲ ଏକ୍କା (୪୫)। ତାଙ୍କ ଘର ମହୁଲମୁଣ୍ଡାରେ ବୋଲି ଜଣାପଡ଼ିଛି ।
ଆଜି ଭୋରରୁ ସୁନୀଲ ଡୁମେରମୁଣ୍ଡାରୁ ଚାଲି ଚାଲି ଘରକୁ ଯାଉଥିଲେ। ଏହି ସମୟରେ ଜଙ୍ଗଲିଆ ରାସ୍ତାରେ ସେ ୬ଟି ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଉକ୍ତ ହାତୀମାନେ ତାଙ୍କୁ ଦଳି ମାରି ଦେଇଥିଲେ। କିଛି ସମୟ ପରେ ଲୋକେ ଏହି ରାସ୍ତାରେ ଯିବା ବେଳେ ରାସ୍ତା କଡ଼ରେ ସୁନୀଲଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
from Odisha Reporter https://ift.tt/34J7cGQ
No comments:
Post a Comment