ପୁଲିସ୍‌ ଭ୍ୟାନ୍‌ରେ ଚାଲାଣ ହେଉଥିଲା କାଠ ପଟା, ୨ କନଷ୍ଟେବଲ୍ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

ପୁଲିସ୍‌ ଭ୍ୟାନ୍‌ରେ ଚାଲାଣ ହେଉଥିଲା କାଠ ପଟା, ୨ କନଷ୍ଟେବଲ୍ ଗିରଫ

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନ ବିଭାଗ ଅଧିକାରୀମାନେ ପୁଲିସ୍‌ ଭ୍ୟାନ୍‌ରେ ଚୋରାଚାଲାଣ ହେଉଥିବା କାଠ ପଟାକୁ ଜବତ କରିଛନ୍ତି। ଏହା ସହିତ ଏ ଘଟଣାରେ ଦୁଇ ଜଣ କନଷ୍ଟେବଲ୍‌ଙ୍କୁ ଗିରଫ କରିଛନ୍ତି।

ଗତକାଲି ରାତି ପ୍ରାୟ ୯ଟା ବେଳେ କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ରେଳ ଫାଟକ ଠାରେ ପୁଲିସ୍‌ ଭ୍ୟାନ୍‌କୁ ବନ ବିଭାଗ ଅଧିକାରୀମାନେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଭ୍ୟାନ୍‌ ମଧ୍ୟରୁ କାଠ ପଟା ଜବତ କରାଯାଇଥିଲା।

ଭ୍ୟାନ୍‌ଟି କଳାହାଣ୍ଡିରୁ କଟକ ଅଭିମୁଖେ ଯାଉଥିଲା ବୋଲି ଜଣାପଡ଼ିଛି। ହେଲେ ବନ ବିଭାଗ ଏ ଘଟଣା ସମ୍ପର୍କରେ ମୁହଁ ଖୋଲୁ ନଥିବାରୁ ମାମଲା ରଫାଦଫା ହେବାର ସମ୍ଭାବନା ଥିବା ସାଧାରଣରେ ଚର୍ଚ୍ଚା ହେଉଛି।



from Odisha Reporter https://ift.tt/34DWa5V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages