ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମଇଦାନରେ କଂଗ୍ରେସ ଆଜି ‘ଭାରତ ବଞ୍ଚାଅ ରାଲି’ ଜରିଆରେ ମୋଦି ସରକାର ବିରୋଧରେ ବର୍ଷିଛି। ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରାଲିକୁ ପ୍ରଥମେ ଉଦୋବଧନ ଦେବାକୁ ଯାଇ କେନ୍ଦ୍ରର ଅର୍ଥନୀତି ଉପରେ ବର୍ଷିଛନ୍ତି। ସେହିପରି ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମହିଳାଙ୍କ ବିରୋଧରେ ବଢ଼ୁଥିବା ଅତ୍ୟାଚାର, ଚାଷୀଙ୍କ ସମସ୍ୟାକୁ ନେଇ ସରକାରକୁ ଘେରିଛନ୍ତି। ଦେଶରେ ବଢ଼ୁଥିବା ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ସମସ୍ତଙ୍କୁ ଏହି ରାଲି ମାଧ୍ୟମରେ ଆହ୍ୱାନ କରିଛନ୍ତି ପ୍ରିୟଙ୍କା।
ଆଜି ଭାରତର ଅର୍ଥବ୍ୟବସ୍ଥା ଭୁଶୁଡ଼ିଯାଇଛି। ଦେଶରେ ବେରୋଜଗାର ବୃଦ୍ଧି ପାଇଛି। କାରଖାନା, ଓ୍ୱାର୍କଶପ ବନ୍ଦ ହୋଇଯାଉଛି। ଲୋକମାନେ ଚାକିରୀ ହରାଉଛନ୍ତି। ଗତକାଲିର ସ୍ଥିତି ଅପେକ୍ଷା ଆଗାମୀ ଦିନର ସ୍ଥିତି ଅଧିକ ଖରାପ ହେଉଛି। ଏଥିପାଇଁ ମୋଦି ସରକାରର ଅର୍ଥବ୍ୟବସ୍ଥା ଦାୟୀ ବୋଲି ଚିଦାମ୍ୱରମ କହିଛନ୍ତି। ଛଅ ମାସ ହେବ ଦେଶର ଅର୍ଥବ୍ୟବସ୍ଥା ଭୁଶୁଡ଼ି ଗଲାଣି। ତଥାପି ଅର୍ଥମନ୍ତ୍ରୀ କହୁଛନ୍ତି ସବୁକିଛି ଠିକ୍ ଠାକ୍ ରହିଛି। ଏବେ ବି ଭାରତ ଦୁନିଆରେ ଶୀର୍ଷ ସ୍ଥାନରେ ରହିଛି। ହେଲେ ‘ଅଚ୍ଛେ ଦିନ ଆସିବାକୁ ଯାଉଛି’ ବୋଲି ସରକାର କହିପାରେବି ନାହିଁ ବୋଲି ଚିଦାମ୍ୱରମ କହିଛନ୍ତି।
ସେହିପରି ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ଭାରତ ଅହିଂସାର ଦେଶ। ପ୍ରତ୍ୟେକ ବ୍ୟକ୍ତି ଏଠି କାନ୍ଧକୁ କାନ୍ଧ ମିଶାଇ ଆଗକୁ ବଢ଼େ। ହେଲେ ସବୁଠି ଏବେ କମ୍ପାନୀ ବନ୍ଦ ହେଉଛି। ଲୋକମାନେ ଚାକିରୀ ହରାଉଛନ୍ତି। ହେଲେ କାନ୍ଥ ବାଢ଼ରେ ଲେଖାଯାଉଛି ‘ମୋଦି ହେ ତ ମୁମକିନ ହୈ’। ଦେଶର ପ୍ରତ୍ୟେକ ନାଗରକିକକୁ ଆହ୍ୱାନ କରିବାକୁ ଯାଇ ପ୍ରିୟଙ୍କା କହିଛନ୍ତି, ‘ଯେଉଁମାନେ ସଚ୍ଚା ଦେଶପ୍ରେମୀ ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ଆରମ୍ଭ କର, ଆଜି ଦେଶ ଅନ୍ୟାୟରେ ଚାଲୁଛି। ଏବେ ସ୍ୱର ନଉଠାଇଲେ ଆଗକୁ ସ୍ଥିତି ଭୟାନକ ହେବ। ଦେଶରେ ଉଦ୍ୟୋଗପତୀଙ୍କ ଋଣ ଛାଡ଼ ହେଉଛି, ହେଲେ ଚାଷୀଙ୍କର ନୁହେଁ। ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ସମୟ ଆସିଯାଇଛି’।
from Odisha Reporter https://ift.tt/34gcIzX
No comments:
Post a Comment