ମେଡିକାଲ ବାରଣ୍ଡାରେ ଛଟପଟ ହେଲେ ଏଡ୍‌ସ ଆକ୍ରାନ୍ତ ପ୍ରସୂତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 14, 2019

ମେଡିକାଲ ବାରଣ୍ଡାରେ ଛଟପଟ ହେଲେ ଏଡ୍‌ସ ଆକ୍ରାନ୍ତ ପ୍ରସୂତି

ବାରିପଦା(ମାଣିକ ଲାଲ ପାଣି): ପ୍ରସବ ବେଦନାରେ ଦୀର୍ଘ ୩୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଛଟପଟ ହେଲେ । ସମୟ ସମୟେ କଷ୍ଟ ସହି ନ ପାରି ମୁର୍ଚ୍ଛା ମଧ୍ୟ ଗଲେ ମହିଳାଜଣକ। ଏସବୁ ଘଟଣା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ହେଉଥିଲେ ମଧ୍ୟ ସମସ୍ତେ ସାଜିଥିଲେ ନିରବଦ୍ରଷ୍ଠା। ଅସ୍ତ୍ରୋପଚାର କରି ତୁରନ୍ତ ପ୍ରସବ ନିମନ୍ତେ ପରିବାର ଲୋକେ ଗୁହାରି କରିଥିଲେ ମଧ୍ୟ ଡାକ୍ତର କହିଥିଲେ ନର୍ମାଲ ଡେଲିଭରି ନିମନ୍ତେ ଅପେକ୍ଷା କରିବାକୁ । କାରଣ ପ୍ରସୂତି ଜଣେ ଏଡସ୍‌ ରୋଗୀ।

ପରିଶେଷରେ ଗଣମାଧ୍ୟମ ପ୍ରତିନିଧୀ ଓ କେତେକ ସ୍ୱେଚ୍ଛାସେବୀ କର୍ମୀ ପହଞ୍ଚିବା ପରେ ଅସ୍ତ୍ରୋପଚାର ନିମନ୍ତେ ମହିଳାଙ୍କୁ ନିଆଯାଇଥିଲା। ହେଲେ ସେ ଏକ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଚିକିତ୍ସାରେ ଅବହେଳା ଯୋଗୁ ଛୁଆଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।  ଏହା ଗୋଟିଏ ଘଟଣା ନୁହେଁ। ମୟୂରଭଞ୍ଜ ଜିଲ୍ଲାରେ ଏଡସ୍‌ ରୋଗୀଙ୍କୁ ସବୁବେଳେ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି।

ପୂରା ଘଟଣାଟି ଏହିପରି। ମୟୂରଭଞ୍ଜ ଜିଲ୍ଲା ଜାମଦା ଅଞ୍ଚଳର ମହିଳା ଜଣକ ପ୍ରସବ ବେଦନା ହେବାରୁ ଗତ ୧୨ ତାରିଖରେ ପ୍ରଥମେ ଜାମଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତ ୧୨ ତାରିଖରୁ ମହିଳା ଜଣକ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ତାଙ୍କୁ ଚିକିତ୍ସା କରାଯାଇ ନ ଥିବା ସିଧାସଳଖ ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ୱାମୀ। ଆଜି ଗଣମାଧ୍ୟମ ପ୍ରତିନିଧି ଡାକ୍ତରଖାନାରେ ପହଞ୍ଚିବାରୁ ତାଙ୍କୁ ଅସ୍ତ୍ରୋପଚାର ନିମନ୍ତେ ନିଆଯାଇଥିଲା। ହେଲେ ମୃତ ଶିଶୁ କନ୍ୟା ଜନ୍ମ ହେବାରୁ ଉତ୍ତେଜନା ଦେଖାଦେଇଛି। ଏ ସମ୍ପର୍କରେ ପ୍ରସୂତି ବିଭାଗ କିମ୍ୱା ମେଡିକାଲ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ମୋଟ‌୍‍ ୧୦୮୯ ଜଣ ଏଚ‌୍‍.ଆଇ.ଭି. ପଜେଟିଭ ରୋଗୀ ଥିବାବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ୬୦୦, ମହିଳା ୪୩୭ ଏବଂ ଛୋଟ ପିଲା ୫୨ ଜଣ ରହିଛନ୍ତି। ପ୍ରତିବର୍ଷ ୧୪ ରୁ ୧୯ ଜଣ ଏଚ‌୍‍.ଆଇ.ଭି. ସଂକ୍ରମିତ ରୋଗୀ ଙ୍କ ମୃତ୍ୟୁ ହେଉଥିବା ପରିସ୍ଥିତି ରେ ଏଚ‌୍‍.ଆଇ.ଭି. ସଂକ୍ରମିତ ରୋଗୀଙ୍କୁ ଅବହେଳା ଉଦ୍‌ବେଗ୍‌ର କାରଣ ପାଲଟିଛି।



from Odisha Reporter https://ift.tt/2YJH7FC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages