ଛାତ୍ରୀଙ୍କୁ ମାଡ଼ ମାରି ଗିରଫ ହେଲେ ପ୍ରଧାନଶିକ୍ଷୟିତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

ଛାତ୍ରୀଙ୍କୁ ମାଡ଼ ମାରି ଗିରଫ ହେଲେ ପ୍ରଧାନଶିକ୍ଷୟିତ୍ରୀ

ପାରାଦୀପ(ରମାକାନ୍ତ  ନାୟକ ): ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା ମହଙ୍ଗା ପଡ଼ିଲା। ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ୩୦୭ ଦଫାରେ ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀ। କୋର୍ଟଚାଲାଣ ପରେ ଜାମିନ୍ ନାମଞ୍ଜୁର ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ ଏବେ ଜେଲ୍‌ରେ ଥିବା ଜଣାପଡ଼ିଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠରେ ଘଟିଛି ଏପରି ଘଟଣା।

ଗତ ଶନିବାର ବାଲିତୁଠ ୟୁପି ସ୍କୁଲର ଜଣେ ୨ୟ ଶ୍ରେଣୀ ଛାତ୍ରୀକୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଲୀନା ନନ୍ଦ ନିର୍ଘାତ ପିଟିଥିଲେ। ଏପରିକି ଛାତ୍ରୀର ପିଠି, ଗାଲ, ହାତ,କାନ ଆଦି ବିଭିନ୍ନ ସ୍ଥାନରେ ନୋଳା ଫାଟିଯାଇଥିଲା।

ଏ ସମ୍ପର୍କରେ ଛାତ୍ରୀଜଣକ କାନ୍ଦି କାନ୍ଦି ଘରେ କହିବା ପରେ ତାଙ୍କ ବାପା କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ତଦନ୍ତ  ଆରମ୍ଭ  କରି ଏପରି  ବର୍ବରୋଚିତ ମାଡ଼ ମାରିଥିବା ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରାଉଚରା କରିଥିଲା। ପାଠ ପଢାକୁ ନେଇ ସେ ପିଲାଟିକୁ ବାଡ଼େଇଥିବା ସ୍ୱୀକାର କରିଥିବା ପୁଲିସ୍‌ କହିଛି। ଛାତ୍ରୀଙ୍କୁ ଚିକିତ୍ସା କରାଇବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି।



from Odisha Reporter https://ift.tt/2QbeRI1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages