‘ସିଏଏ ଦେଶର ଜନସଂଖ୍ୟା ଓ ଆର୍ଥିକ ବୋଝ ବଢ଼ାଇବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 28, 2019

‘ସିଏଏ ଦେଶର ଜନସଂଖ୍ୟା ଓ ଆର୍ଥିକ ବୋଝ ବଢ଼ାଇବ’

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ ଆଣି ମୋଦି ସରକାର ଦେଶର ସମ୍ବିଧାନକୁ ଭାଙ୍ଗିଛନ୍ତି। ୪୭ ପ୍ରତିଶତ ଭାରତୀୟ ଏଭଳି ମତ ରଖିଥିବା ବେଳେ ସମ୍ୱିଧାନର ନିୟମ ଭାଙ୍ଗିନାହିଁ ବୋଲି ୪୭.୪ ପ୍ରତିଶତ ଲୋକ ମତ ରଖିଛନ୍ତି। ସେହିପରି ୫.୫ ପ୍ରତିଶତ ଲୋକ ଏ ବାବଦରେ ମତ ରଖି ନାହାନ୍ତି। ଆଇଏଏନଏସ-ସି ଭୋଟର ଦେଶର ୩ହଜାର ଲୋକଙ୍କୁ ନେଇ କରିଥିବା ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି।

ଏହି ଆଇନକୁ ନେଇ ୬୪ ପ୍ରତିଶତ ଲୋକ କହିଛନ୍ତି ଏହା ଜନସଂଖ୍ୟା ବୃଦ୍ଧି କରିବ ଏବଂ ଦେଶର ଆର୍ଥିକ ବୋଝ ବଢ଼ିବ। ତେବେ ୩୩.୮ ପ୍ରତିଶତ ଏ ବାବଦରେ ଅଲଗା ଯୁକ୍ତି ରଖିଛନ୍ତି। ୨.୨ ପ୍ରତିଶତ ଏ ବାବଦରେ ମତ ରଖି ନାହାନ୍ତି।

ସେହିପରି ୭୩.୩ ପ୍ରତିଶତ ମୁସଲିମ୍ ଏବଂ ୬୩.୬ ପ୍ରତିଶତ ହିନ୍ଦୁ କହିଛନ୍ତି, ସରକାରଙ୍କ ଏହି ଆଇନ ଲାଗୁ ହେବା ଫଳରେ ଆଗାମୀ ଦିନରେ ଦେଶର ଜନସଂଖ୍ୟା ବଢ଼ିବା ସହିତ ଆର୍ଥିକ ବୋଝ ମଧ୍ୟ ପଡ଼ିବ। ୨୨.୩ ପ୍ରତିଶତ ମୁସଲିମ ଏବଂ ୩୪.୨ ପ୍ରତିଶତ ହିନ୍ଦୁ ଏ ବାବଦରେ ମତ ରଖି ନାହାନ୍ତି।

ଆସାମର ୬୮.୧ ପ୍ରତିଶତ ଲୋକ ସିଏଏକୁ ବିରୋଧ କରିଥିବା ବେଳେ ୭୮.୧ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ସିଏଏ ପାଇଁ ଜନସଂଖ୍ୟା ଓ ଆର୍ଥିକ ବୋଝ ବଢ଼ିବ। ୧୮.୯ ପ୍ରତିଶତ ଲୋକ କିନ୍ତୁ ଏଭଳି ମତାମତକୁ ଗ୍ରହଣ କରି ନାହାନ୍ତି।

ଦେଶର ମୋଟ୍ ୩ ହଜାର ଲୋକଙ୍କୁ ନେଇ ଡିସେମ୍ୱର ୧୭-୧୯ ମଧ୍ୟରେ ଏହି ସର୍ଭେ କରିଥିଲା ଆଇଏଏନଏସ-ସି ଭୋଟର। ଏହି ୩ ହଜାର ଲୋକଙ୍କ ମଧ୍ୟରୁ ଆସାମରୁ ୫୦୦ ଏବଂ ଉତ୍ତର ପୂର୍ବାଞ୍ଚଳର ପ୍ରତ୍ୟେକ ରାଜ୍ୟର ଲୋକମାନଙ୍କୁ ଅଧିକ ଅଗ୍ରାଧିକାର ଦିଆଯାଇଛି।

ଏହା ପୂର୍ବରୁ ଏହି ସର୍ଭେ ସଂସ୍ଥା ସିଏଏକୁ ନେଇ ମଧ୍ୟ ଏକ ସର୍ଭେ କରିଥିଲା ଯେଉଁଥିରେ ୬୨.୧ ପ୍ରତିଶତ ଲୋକ ସିଏଏକୁ ସମର୍ଥନ କରୁଥିବା ବେଳେ ୩୬.୮ ପ୍ରତିଶତ ଲୋକ ସିଏଏକୁ ବିରୋଧ କରିଥିଲେ।

ସୂଚନାଯୋଗ୍ୟ, ଏହି ଆଇନ୍ ୩୧ ଡିସେମ୍ୱର ୨୦୧୪ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବ। ଏହା ବ୍ୟତୀତ ଏହି ତିନି ଦେଶରୁ ଭାରତ ଆସିଥିବା ମୁସଲିମ୍ କିମ୍ୱା ଅନ୍ୟ ବିଦେଶୀଙ୍କ ପାଇଁ ଏହି ଆଇନ୍ ନୁହେଁ। ଏହି ଆଇନରେ କୌଣସି ଭାରତୀୟଙ୍କ ନାଗରିକତା ହଟିବନି।



from Odisha Reporter https://ift.tt/2F1OChY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages