ଏକେଙ୍କ କାମ ୧ ଟଙ୍କାର ବିଜ୍ଞାପନ ୧୦୦ ଟଙ୍କାର: ଗମ୍ଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

ଏକେଙ୍କ କାମ ୧ ଟଙ୍କାର ବିଜ୍ଞାପନ ୧୦୦ ଟଙ୍କାର: ଗମ୍ଭୀର

ନୂଆଦିଲ୍ଲୀ: ଦିଲ୍ଲୀର ୧୭୩୪ ବେଆଇନ କଲୋନୀକୁ ନିୟମିତ କରିଛି କେନ୍ଦ୍ର ସରକାର। ଏହାକୁ ନେଇ ଦିଲ୍ଲୀ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ‘ଧନ୍ୟବାଦ ରାଲି’ କରୁଛି। ଦିଲ୍ଲୀ ରାମଲୀଳା ମଇଦାନରେ ହୋଇଥିବା ଏହି ରାଲିରେ ମୋଦି ସମେତ ଅନେକ ମନ୍ତ୍ରୀ ଓ ଦିଲ୍ଲୀ ବିଜେପି ନେତା ମାନେ ଯୋଗ ଦେଇଛନ୍ତି। ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ରହିଛି। ଏହି ଅବସରରେ ବିଜେପି ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଥିବା ଦେଖିବାକୁ ମିଳିଛି।

ଦିଲ୍ଲୀର ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ ବସରେ ପାଦ ରଖିବା, ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼ିଲାଣି। ଏଠିକାର ମୁଖ୍ୟମନ୍ତ୍ରୀ (ଅରବିନ୍ଦ କେଜ୍ରିଓ୍ୱାଲ) ୧ ଟଙ୍କାର କାମ କରି ୧୦୦ ଟଙ୍କାର ବିଜ୍ଞାପନ କରୁଛନ୍ତି। ଏମିତିକା ମୁଖ୍ୟମନ୍ତ୍ରୀ ଆମର ଦରକାର କି ବୋଲି ରାଲିରେ ଉପସ୍ଥିତ ଥିବା ଲୋକଙ୍କ ଉଦ୍ଦେଶ୍ୟରେ ପ୍ରଶ୍ୱ କରିଥିଲେ ଗମ୍ଭୀର। ଦିଲ୍ଲୀକୁ ଜଣେ ଏଭଳି ମୁଖ୍ୟମନ୍ତ୍ରୀ ଦରକାର ଯିଏକି, ଦିଲ୍ଲୀକୁ ଆଗକୁ ନେବା ସହ ଲୋକଙ୍କ ସମସ୍ୟାର ସମାଧାନ କରିବ ବୋଲି ସେ କହିଛନ୍ତି। ଆପଣମାନଙ୍କ ଆଶୀର୍ବାଦ ଆଗାମୀ ଦିନରେ ବିଜେପିକୁ ମିଳିବ ଏବଂ ବିଜେପି ହିଁ ଦିଲ୍ଲୀରେ ସରକାର ଗଢ଼ିବ ବୋଲି ଗମ୍ଭୀର କହିଛନ୍ତି।



from Odisha Reporter https://ift.tt/2tAgPdg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages