ଅଟୋ ଓଲଟି ୫ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

ଅଟୋ ଓଲଟି ୫ ଗୁରୁତର

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ଚରମ୍ପା କେନାଲ ଛକ ନିକଟରେ ଏକ ଅଟୋ ଓଲଟି ପଡ଼ିବାରୁ ୫ ଜଣ  ଗୁରୁତର ଆହତ ହୋଇଛନ୍ତି।  ସମସ୍ତଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି । ତେବେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଗୁରୁତର ଥିବା ସମସ୍ତଙ୍କ ଘର ବାଲେଶ୍ୱର ଜିଲ୍ଲା ଡୁଙ୍ଗୁରା ଅଞ୍ଚଳରେ।

ଆଜି ସକାଳେ ଡୁଙ୍ଗୁରା ଅଞ୍ଚଳର ୫ ଜଣ ଏକ ଅଟୋରେ ଭଦ୍ରକ ଆସୁଥିଲେ । ଏହି ସମୟରେ ଚରମ୍ପା କେନାଲ ଛକ ନିକଟରେ ରାଜପଥରୁ ତଳ ରାସ୍ତାକୁ ଖସୁଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ଭଦ୍ରକ ଅଗ୍ନିଶମ ବାହିନୀ କର୍ମଚାରୀ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।



from Odisha Reporter https://ift.tt/2SohtVA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages