ବସ୍‌-ବୋଲେରୋ ମୁହାଁମୁହିଁ ଧକ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 23, 2019

ବସ୍‌-ବୋଲେରୋ ମୁହାଁମୁହିଁ ଧକ୍କା

ଅନୁଗୁଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା କତଡ଼ା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବସ୍ ମୁହାଁମୁହିଁ ହେବାରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ,  ଛତିଶଗଡ଼ରୁ ଦୁଇଟି ପରିବାରର ୯ ଜଣ ସଦସ୍ୟ (ଡ୍ରାଇଭରଙ୍କୁ ମିଶାଇ ଗାଡ଼ିରେ ୧୦ ଜଣ ଥିଲେ) ଏକ ବୋଲେରୋ ଯୋଗେ ଛତିଶଗଡ଼ରୁ ପୁରୀ ଅଭିମୁଖେ ଆସୁଥିଲେ। ହେଲେ କତଡ଼ା ନିକଟରେ ଏକ ବସ୍‌ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋ ଡ୍ରାଇଭର ସମେତ ୩ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ସମସ୍ତ ଆହତଙ୍କୁ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ବର୍ଷର ବାଳକ ଗୋବିନ୍ଦ ନାମଦେବଙ୍କ ସମେତ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଦୁର୍ଘଟଣାରେ ବୋଲେରୋଟି ଚାପି ହୋଇ ରହିଯାଇଥିଲା। ପ୍ରଥମେ ଅନୁଗୋଳ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଗାଡ଼ିରୁ ମୃତଦେହ ଉଦ୍ଧାର କରିବା ସମ୍ଭବପର ହୋଇପାରି ନ ଥିଲା। ଏହାପରେ ଅନୁଗୋଳ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ୍‌ କଟର ସାହାଯ୍ୟରେ ଗାଡ଼ିଟିକୁ କାଟି ମୃତାହତଙ୍କୁ ଉଦ୍ଧାର କରିଥିଲେ।

ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଭୁବନେଶ୍ୱରରୁ ଝାରସୁଗୁଡ଼ାର ଇବ୍ ଥର୍ମାଲ ଯାଉଥିଲା। ଦୁର୍ଘଟଣା ପରେ ବସ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାଯାଇଛି।



from Odisha Reporter https://ift.tt/2QdepJs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages