କାଲିମେଳାରେ ନକ୍ସଲ ବ୍ୟାନର; ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 5, 2019

କାଲିମେଳାରେ ନକ୍ସଲ ବ୍ୟାନର; ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ୱାନ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ନକ୍ସଲଙ୍କ ପିଏଲଜିଏ ସପ୍ତାହ ଚାଲିଥିବା ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା  ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମପଞ୍ଚାୟତର କାନାଗୁଡ଼  ଗାଁକୁ  ଯିବା  ବାଟରେ ନକ୍ସଲ ବ୍ୟାନର ଦେଖିବାକୁ ମିଳିଛି। ଏହି ବ୍ୟାନରରେ  ପିଏଲଜିଏ ସପ୍ତାହ ପାଳନ କରିବାକୁ ଦର୍ଶାଯାଇଛି।  ଏଥିରେ ଉଲ୍ଲେଖ ଅଛି, “ଚଳିତ ମାସ ୨ ତାରିଖରୁ ସପ୍ତାହବ୍ୟାପୀ ପିଏଲଜିଏ ଦିବସକୁ ବିପ୍ଳବ ପରମ୍ପରା ଅନୁସାରେ ଗାଁ ଗାଁରେ ପାଳନ କରନ୍ତୁ । ଶହିଦଙ୍କ ଅଧିକାର ସ୍ୱପ୍ନକୁ ପୂରା  କରିବା ପାଇଁ ଶପଥ  ନିଅନ୍ତୁ । ପୁଲିସ ଇନ୍‌ଫର୍ମରକୁ ପ୍ରଜାକୋର୍ଟରେ ଦଣ୍ଡ  ଦିଆଯିବ” ବୋଲି  ଉଲ୍ଲେଖ ରହିଛି।  ଏହାବ୍ୟତୀତ ସେଥିରେ ଲାଲ  ସଲାମ୍,  ସିପିଆଇ (ନକ୍ସଲ)  ଲେଖା ରହିଛି ।

ଘଟଣାସ୍ଥଳରେ  ବିଏସଏଫ୍ ଯବାନ ପହଞ୍ଚି  ବ୍ୟାନର ଜବତ କରିଛି। ନକ୍ସଲଙ୍କ ଏହି  ପିଏଲଜିଏ ସପ୍ତାହ ପାଳନକୁ ନଜରରେ ରଖି ମାଲକାନଗିରି ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।



from Odisha Reporter https://ift.tt/2sIGUX8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages