ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 16, 2019

ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର୍‌!

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାର ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କୁ ରବିବାର ସନ୍ଧ୍ୟାରେ ଗୁଳିମାଡ଼  ଘଟଣାରେ ଏଯାଏ ଅଭିଯୁକ୍ତଙ୍କ ଟେର୍‌ ପାଇପାରିନି ପୁଲିସ୍‌। ହେଲେ ଏହି ଗୁଳିକାଣ୍ଡ ପଛରେ ସୁପାରି କିଲର୍‌ ନିୟୋଜିତ ଥିବା ନେଇ ପୁଲିସ୍‌ ପାଇଛି ଠୋସ୍‌ ପ୍ରମାଣ । ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍‌ପି।

ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଲାଗି ପୁଲିସ ତନ୍ନ ତନ୍ନ କରି ସିସିଟିଭି ଯାଞ୍ଚ କରୁଛି। ଏଥିସହ  ଅପରାଧୀଙ୍କ ପାଖରେ ପହଞ୍ଚିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ଭୁବନେଶ୍ୱରରେ ଡାକ୍ତରଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ବେଳେ ଅନ୍ୟ ଟିମ୍ ନୟାଗଡ଼ ଓ ରଣପୁର ଜେଲ୍ ଯାଇ ପେଷାଦାର ଅପରାଧୀଙ୍କ ରେକର୍ଡ ଯାଞ୍ଚ କରୁଛି। ଆଉ ଗୋଟିଏ ଟିମ୍ ବ୍ରହ୍ମପୁରରେ ସୁପାରି କିଲଙ୍କ ସଂପର୍କରେ ତଥ୍ୟ ନେଉଥିବା ବେଳେ ଖୋର୍ଦ୍ଧାରେ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ସୁରାଗ୍ ଖୋଜୁଛି।

ସୂଚନାଯୋଗ୍ୟ ଯେ,  ରବିବାର ସନ୍ଧ୍ୟାରେ ହୋଇଥିବା ଏହି ଗୁଳି କାଣ୍ଡରେ  ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଥିରେ ଗୁରୁତର ହୋଇଥିବା ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇ ସାରିଛି।



from Odisha Reporter https://ift.tt/2M2YhZF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages