ସୁନ୍ଦର ତ୍ୱଚା ପାଇଁ ଉପକାରୀ ଲବଙ୍ଗ ତେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ସୁନ୍ଦର ତ୍ୱଚା ପାଇଁ ଉପକାରୀ ଲବଙ୍ଗ ତେଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲବଙ୍ଗ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ୱାସ୍ଥ୍ୟ ଜନିତ ଅନ୍ୟ ସମସ୍ୟା ସହିତ ସୁନ୍ଦର ତ୍ୱଚା ପାଇଁ ବି ଏହାକୁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିସେପ୍‌ଟିକ୍‌ ଗୁଣ ସହିତ ଭିଟାମିନ୍‌ ସି, ଭିଟାମିନ୍‌ ଏ , ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଆଉ ଏସବୁ ସୁସ୍ଥ ତ୍ୱଚା ପାଇବା ପାଇଁ ଖୁବ୍‌ ଉପକାରୀ। ତା’ହେଲେ ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରି ତ୍ୱଚା ଜନିତ କେଉଁ କେଉଁ ସମସ୍ୟାରୁ ମୁକ୍ତି ପାଇ ପାରିବେ।

୧. ଯଦି ଆପଣଙ୍କ ମୁହଁରେ ବାରମ୍ୱାର ବ୍ରଣ ସମସ୍ୟା ଦେଖାଯାଉଛି, ତା’ହେଲେ ଲବଙ୍ଗ ତେଲ ବ୍ୟବହାର କରନ୍ତୁ। ଏହା ବ୍ରଣ ସମସ୍ୟାକୁ ଦୂର କରିବ।
୨. ଲବଙ୍ଗ ତେଲ ଶରୀରରେ ଥିବା କଳାଦାଗ ଦୂର କରିବା ପାଇଁ ସାହାଯ୍ୟ କରିଥାଏ। ଏହି ତେଲ ବହୁତ ଷ୍ଟ୍ରଙ୍ଗ ହୋଇଥିବାରୁ ଏହାକୁ ବାଦାମ କିମ୍ୱା ନଡ଼ିଆ ତେଲ ସହିତ ମିଶାଇ ଲଗାନ୍ତୁ। ଯଦି ଏପରି କରିବାକୁ ଚାହୁଁନାହାନ୍ତି, ତେବେ ଦୁଇ ବୁନ୍ଦାରୁ ଅଧିକ ଲବଙ୍ଗ ତେଲ ବ୍ୟବହାର କରନ୍ତୁ ନାହିଁ।
୩. ଯଦି ମୁହଁର ତ୍ୱଚାରେ କୁଞ୍ଚନ ଦେଖାଯାଉଛି, ତା’ହେଲେ ଚିନ୍ତା କରନ୍ତୁ ନାହିଁ। ନଡ଼ିଆ ତେଲ ସହିତ ୫ ବୁନ୍ଦା ଲବଙ୍ଗ ତେଲ ମିଶାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ମାଲିସ କରନ୍ତୁ। ଏପରି କଲେ ଚେହେରାରେ ପଡୁଥିବା ଭାଙ୍ଗ ଓ କୁଞ୍ଚନ ସମସ୍ୟା କମ୍ ହେବା ଆପଣ ଲକ୍ଷ୍ୟ କରିପାରିବେ।
୪. ଘରୁ ବାହାରକୁ ବାହାରିଲେ ଧୂଳି ଓ ପ୍ରଦୂଷଣ ଯୋଗୁଁ ମୁହଁର ତ୍ୱଚା ଉପରେ ପ୍ରଭାବ ପଡ଼ିଥାଏ। ପ୍ରଦୂଷଣ ସ୍କିନ୍‌କୁ ଡଲ୍‌ କରିଥାଏ। ଏଥିପାଇଁ ଘରକୁ ଆସିଲେ, କଟନ୍‌ରେ ଅଳ୍ପ ଲବଙ୍ଗ ତେଲ ନେଇ ମୁହଁକୁ ଭଲ ଭାବରେ ସଫା କରନ୍ତୁ।
୫. ଲବଙ୍ଗ ତେଲ କେବଳ ତ୍ୱଚାକୁ ସଫା କରି ନଥାଏ, ଏହା ସହିତ ମୁହଁରେ ରକ୍ତ ସଞ୍ଚାଳନକୁ ଠିକ୍‌ କରିଥାଏ। ଫଳରେ ମୁହଁର ତ୍ୱଚା ଚମକି ଥାଏ।



from Odisha Reporter https://ift.tt/38n4tFe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages