ଶିକାର କରିବାକୁ ଯାଇ ନିଜେ ଟଳି ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

ଶିକାର କରିବାକୁ ଯାଇ ନିଜେ ଟଳି ପଡ଼ିଲେ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବି.ଡକେବାଡ଼ି ଗାଁରେ ଗୁଳି ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ  କ୍ରିଷ୍ଣା ନାୟକ।

ଗତ ଶନିବାର ବିଳମ୍ୱିତ ରାତିରେ ଗାଁର ୪ରୁ ୫ ଜଣ ବ୍ୟକ୍ତି ସିଆଙ୍ଗବାଲି ଅଞ୍ଚଳରେ ଥିବା ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ହେଲେ ଶିକାର ସମୟରେ କ୍ରିଷ୍ଣାଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ତାଙ୍କ ଦେହରେ ଗୁଳି ବାଜିଲା ତାହା ଜଣାପଡ଼ି ନାହିଁ।

ଗତକାଲି କ୍ରିଷ୍ଣାଙ୍କ ସାଥୀରେ ଶିକାର ପାଇ ଯାଇଥିବା ଅନ୍ୟ ଯୁବକମାନେ ତାଙ୍କ ମୃତଦେହକୁ ଗାଁକୁ ଆଣିଥିଲେ। ଏନେଇ ଆଜି ଖବର ପାଇ ଦାରିଙ୍ଗବାଡ଼ି ପୁଲିସ୍‌ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏଥିସହ ପୁଲିସ୍‌  କ୍ରିଷ୍ଣାଙ୍କ ସହ ଶିକାର ପାଇଁ ଯାଇଥିବା ୩ ଜଣ ଶିକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ନିଜ ବନ୍ଧୁକରୁ ଗୁଳି ଫୁଟି କ୍ରିଷ୍ଣାଙ୍କ ମୃତ୍ୟୁ ଘଟିଛି ନା ତାଙ୍କ ସାଥୀ ଶିକାରୀ ହତ୍ୟା କରିଛନ୍ତି ସେ ନେଇ ପୁଲିସ ଅଧିକ ଛାନଭିନ୍‌ ଚଳାଇଛି।



from Odisha Reporter https://ift.tt/2Y49RbO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages