ଆବଶ୍ୟକ ଥିଲେ ନିଅନ୍ତୁ, ଅଧିକ ଥିଲେ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 31, 2019

ଆବଶ୍ୟକ ଥିଲେ ନିଅନ୍ତୁ, ଅଧିକ ଥିଲେ ଦିଅନ୍ତୁ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପ୍ରାୟ ୩ ମାସ ହେବ ଖୋଲା ଯାଇଥିବା ଏକ ଷ୍ଟଲ୍‌ରେ ଲୋକଙ୍କ ଗହଳି ଜମୁଛି। ଏହି ଷ୍ଟଲ୍‌ର ନାଁ ରହିଛି “ଆବଶ୍ୟକ ଥିଲେ ନିଅନ୍ତୁ, ଅଧିକ ଥିଲେ ଦିଅନ୍ତୁ”। ସମାଜର ଗରିବ ଶ୍ରେଣୀ ଲୋକ ଏଠାକୁ ଆସି ନିଜ ମନ ପସନ୍ଦର ଭଳିକି ଭଳି ଡ୍ରେସ୍‌ ବାଛି ନେଇ ପାରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟଙ୍କା ଦେବାକୁ ପଡ଼ୁନି।  ଆଉ ଏଭଳି ଏକ ଅଭିନବ ପ୍ରୟାସ ପାଇଁ ପ୍ରଶଂସା ସାଉଁଟୁଛନ୍ତି “ଟିମ୍‌ ହ୍ୟୁମାନିଟି”ର ସଦସ୍ୟମାନେ।

ଏହି ଷ୍ଟଲ୍‌ରେ ବ୍ୟବହାର ଉପଯୋଗୀ ବିଭିନ୍ନ ପ୍ରକାରର ଓ ସାଇଜର ପ୍ୟାଣ୍ଟ, ଶର୍ଟ ଓ ଅନ୍ୟାନ୍ୟ ବସ୍ତ୍ର ଉପଲବ୍ଧ ହେଉଛି। ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକଙ୍କଠାରୁ ଏସବୁକୁ ସଂଗ୍ରହ କରି ଗରିବ ମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକୋପ ଜାରି ରହିଥିବାରୁ, ଏହିଠାରୁ ବସ୍ତ୍ର ନେଇ ବହୁ ଗରିବ ଲୋକ ନିଜ ଆବଶ୍ୟକତା ପୂରଣ କରିପାରୁଛନ୍ତି।

ସେହିଭଳି ଯେଉଁମାନଙ୍କ ପାଖରେ ଅଧିକରୁ ଅଧିକ ବ୍ୟବହାର ଉପଯୋଗୀ ବିଭିନ୍ନ ବସ୍ତ୍ର ଅଛି ଓ ସେମାନେ ସେଗୁଡ଼ିକୁ ବ୍ୟବହାର କରୁନାହାନ୍ତି, ତାକୁ ଆଣି ଏହି ଷ୍ଟଲ୍‌ରେ ଦେଇ ପାରିବେ। ବହୁ ଲୋକ ବ୍ୟବହାର ଉପଯୋଗୀ ପୋଷାକ ଆଣି ଷ୍ଟଲ୍‌ରେ ଦେଇ ଯାଉଥିବା ଦେଖିବାକୁ ମିଳୁଛି। ଏହି ଷ୍ଟଲ୍‌ରେ ଏକ ମୋବାଇଲ୍ ନମ୍ବର ଦିଆଯାଇଛି। ପୋଷାକ ଦେବାକୁ ଇଚ୍ଛୁକ ଲୋକେ ଏହି ନମ୍ବରରେ ଫୋନ୍ ମଧ୍ୟ କରି ପାରିବେ। ଏଭଳି ବ୍ୟବସ୍ଥା ଦ୍ୱାରା ଗରିବ ଲୋକଙ୍କ ପାଇଁ ଅତି ସହଜରେ ବସ୍ତ୍ର ଯୋଗାଡ଼ କରାଯାଇପାରୁଛି।

‘ଟିମ୍‌ ହ୍ୟୁମାନିଟି’ ଉପଦେଷ୍ଟା ଅଶୋକ ମହାନ୍ତି କହିଛନ୍ତି, “ଯୁବକମାନଙ୍କୁ ନେଇ ଏହି ଗ୍ରୁପ୍‌ କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଯୁବକ ସ୍ନେକ ହେଲପ୍‌ଲାଇନ୍‌, ସେଭ୍‌ ଦ ଲାଇଭ୍‌ ଓ ରକ୍ତଦାନ ପାଇଁ କାମ କରୁଛନ୍ତି। ଏବେ ଶୀତରେ କନ୍ଧମାଳ ଜିଲ୍ଲା ଥରୁ ଥିବା ବେଳେ ଗରିବ ଲୋକେ ଯେପରି ଏଥିରୁ ରକ୍ଷା ପାଇପାରିବେ, ସେନେଇ କାମ ଆରମ୍ଭ କରାଯାଇଛି। ପ୍ରତିଦିନ ୨୦ରୁ ୩୦ ବ୍ୟକ୍ତି ଏଠାକୁ ଆସି ପୋଷାକ ନେଉଛନ୍ତି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ବସ୍‌ ଯୋଗେ ଡ୍ରେସ୍‌ ପ୍ୟାକେଟ ପଠାଉଛନ୍ତି। ବହୁ ଲୋକ ନୂଆ ଡ୍ରେସ୍‌ ମଧ୍ୟ ପଠାଉଛନ୍ତି।”

ଟିମ୍‌ ହ୍ୟୁମାନିଟିର ସଦସ୍ୟ ଅମ୍ବିକା ପ୍ରସାଦ ପ୍ରହରାଜ କହିଛନ୍ତି, “ଏହି ଷ୍ଟଲ୍‌ ବର୍ଷ ସାରା ଚାଲିବ। ବିଭିନ୍ନ ପ୍ରାନ୍ତରୁ ଲୋକେ ସୋଶାଲ୍‌ ମିଡିଆରେ ଏ ସମ୍ପର୍କରେ ଜାଣିବା ପରେ ବହୁ ଡ୍ରେସ୍‌ ପଠାଉଛନ୍ତି। ଲୋକଙ୍କ ଏତେ ଭଲ ପାଇବା ଦେଖି ଆମେ ଆଉ ୨ଟି ଷ୍ଟଲ୍‌ ଖୋଲିବାକୁ ଯୋଜନା କରିଛୁ।”

ବିରୁ ବିଶୋୟୀ ଓ ଚକ୍ରଧର ନାୟକ ନାମକ ଦୁଇ ଜଣ ବ୍ୟକ୍ତି ଏଠାରୁ ଡ୍ରେସ୍‌ ନେଇ ଖୁବ୍‌ ଖୁସି ଥିବା କହିଛନ୍ତି। ଶୀତ ହେଉଥିବାରୁ ଆବଶ୍ୟକତା ଥିଲା। ଆଉ ମାଗଣାରେ ପୋଷାକ ପାଇଥିବାରୁ ସେମାନେ ଟିମ୍‌ ହ୍ୟୁମାନିଟିର ସଦସ୍ୟମାନଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।

 



from Odisha Reporter https://ift.tt/2SIq2Ll

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages