ଡକାୟତି ଯୋଜନା କରି ଧରା ପଡ଼ିଲେ ୩ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 27, 2019

ଡକାୟତି ଯୋଜନା କରି ଧରା ପଡ଼ିଲେ ୩

ଫୁଲବାଣୀ(ତ୍ରିନାଥ ସାହୁ): ଫୁଲବାଣୀ ଟାଉନ ଥାନା ଅଞ୍ଚଳର ପଟାବାଲି ଛକରେ ବିଳମ୍ବିତ ରାତିରେ ଡକାୟତି ପାଇଁ ଯୋଜନା କରୁଥିବା ୩ ଜଣଙ୍କୁ ଟାଉନ ଥାନା ପୁଲିସ୍‌ ପାଟ୍ରୋଲିଂ ଟିମ୍‌ ଗିରଫ କରିଛି । ପୁଲିସ୍‌ ସେମାନଙ୍କ କାର୍‌ ସହିତ ଗୋଟିଏ ମାଉଜର ପିସ୍ତଲ, ଦୁଇଟି କେଟରୀଜରୁ ୧୨ଟି ଜୀବନ୍ତ ଗୁଳି, ଗୋଟିଏ ଛୁରୀ, ୩  ମୋବାଇଲ ଏବଂ ଦୁଇଟି ପର୍ସରୁ ୫୩୪୦ ଟଙ୍କା ଜବତ କରିଛି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣକ ଘର ଫିରିଙ୍ଗିଆ ଥାନା ଅଞ୍ଚଳରେ ଏବଂ ଅନ୍ୟ ଦୁଇ ଜଣଙ୍କ ଘର ପଶ୍ଚିମବଙ୍ଗରେ। ସେମାନେ ଫିରିଙ୍ଗିଆର ମଳୟ କହଁର, ପଶ୍ଚିମବଙ୍ଗର ମୋଜାଫର ଏହେମଦ ଏବଂ ମୋତିଗୁଲ ଏସ.କେ ବୋଲି ଜଣାପଡିଛି।

ପୁଲିସ୍‌ଠାରୁ ମିଳିଥିଲା ସୂଚନା ଅନୁସାରେ, ପଟାବାଲି ଛକ ରାସ୍ତା ଦେଇ ବହୁ ଗଞ୍ଜେଇ ଚୋରାଚାଲାଣ ଗାଡ଼ି ଯାଉଥିବା ବେଳେ, ଅଭିଯୁକ୍ତମାନେ କିଛି ଗଞ୍ଜେଇ ଚୋରାଚାଲାଣକାରୀଙ୍କ ସହିତ ମିଶି ଲୁଟ୍‌ କରିବା ପାଇଁ ଯୋଜନା କରୁଥିଲେ ।



from Odisha Reporter https://ift.tt/2t77HN6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages