ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ପାର୍କିଂକୁ ନେଇ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହେବା ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
ଗତକାଲି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଓକିଲ ସଂଘର ୩୨ ଜଣ ଓକିଲ ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ବୁଲି ଆସିଥିଲେ। ଓକିଲମାନେ ଯିବା ବେଳେ ପାର୍କିଂ ଟିକେଟ୍ ଦେଖାଇ ପାରି ନଥିଲେ। ଏହାକୁ ନେଇ ପାର୍କିଂ ଦାୟିତ୍ୱରେ ଥିବା କର୍ମଚାରୀ ସେମାନଙ୍କୁ ଗାଳିଗୁଳଜ କରିବା ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଏହାପରେ ଆଇନଜୀବୀମାନେ ନୀଳଗିରି ଥାନାରେ ଏତଲା ଦେଇଛନ୍ତି।
କିଛିଦିନ ପୂର୍ବରୁ ଯାଜପୁର ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକଙ୍କୁ ସମାନ ଢଙ୍ଗରେ ଦୁର୍ବ୍ୟବହାର ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ୍ ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଏହି ପୀଠକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପାର୍କିଂରେ ଦୁର୍ବ୍ୟବହାର କରାଯାଉଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ଏହି ଅଞ୍ଚଳ ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳୀ ପାଲଟି ଯାଇଥିବା ଅଭିଯୋଗ ହେଉଛି।
from Odisha Reporter https://ift.tt/2sTfhL9
No comments:
Post a Comment