କଖାରୁ ଡାଇବେଟିସ୍ ରୋଗୀଙ୍କ ପାଇଁ ଭଲ ନା ଖରାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 13, 2019

କଖାରୁ ଡାଇବେଟିସ୍ ରୋଗୀଙ୍କ ପାଇଁ ଭଲ ନା ଖରାପ

ନୂଆଦିଲ୍ଲୀ: କଖାରୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏପରିକି ଏହାର ମଞ୍ଜି ମଧ୍ୟ ବେଶ୍ ଉପକାରୀ। କଖାରୁ ମଞ୍ଜି ଡାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଭଲ। କାରଣ ଏହା ବ୍ଲଡ୍‌ ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ। ତେବେ ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ କଖାରୁ ଖାଇବା ଭଲ ନା ଖରାପ। ଆଜି ଆସନ୍ତୁ ଏ ବିଷୟରେ ଜାଣିବା।

ଆପଣମାନେ ଗ୍ଲାଇକେମିକ୍‌ ଇଣ୍ଡେକ୍ସ (ଜିଆଇ) ଓ ଗ୍ଲାଇକେମିକ୍ ଲୋଡ୍ (ଜିଏଲ୍‌) ବିଷୟରେ ଶୁଣିଥିବେ। ବିଶେଷ କରି ଡାଇବେଟିସ୍ ରୋଗୀମାନେ ଏ ବିଷୟରେ ଅବଗତ ଥାଇପାରନ୍ତି। ସାଧାରଣ ଭାଷାରେ କହିବାକୁ ଗଲେ ଗ୍ଲାଇକେମିକ୍ ଇଣ୍ଡେକ୍ସ (ଜିଆଇ) ହେଉଛି ଏକ ପରିମାପ, ଯାହା ଦ୍ୱାରା କେଉଁ ଖାଦ୍ୟ ଖାଇଲେ ବ୍ଲଡ୍‌ରେ ସୁଗାରର ସ୍ତର କେତେ ବଢ଼ିପାରେ, ତା’ର ଆକଳନ କରାଯାଏ। ସେହିପରି ଗ୍ଲାଇକେମିକ୍ ଲୋଡ୍ (ଜିଏଲ୍‌) ଗ୍ଲାଇକେମିକ୍‌ ଇଣ୍ଡେକ୍ସକୁ ମାପେ। ତା’ ସହିତ କେତେ ପରିମାଣରେ କାର୍ବୋହାଇଡ୍ରେଟ୍‌ ଯୁକ୍ତ ଖାଦ୍ୟ ବ୍ଲଡ୍ ସୁଗାର ସ୍ତରକୁ ବଢ଼ାଇଥାଏ, ତାହା ବି ମାପିଥାଏ।

କଖାରୁରେ ଗ୍ଲାଇକେମିକ୍‌ ଇଣ୍ଡେକ୍ସର ସ୍ତର ଅଧିକ ଥାଏ। ତେଣୁ ଡାଇବେଟିସ୍ ରୋଗୀଙ୍କ ପାଇଁ କଖାରୁ ଆଦୌ ଭଲ ନୁହେଁ ବୋଲି ଅନେକଙ୍କର ଧାରଣା ରହିଛି। କିନ୍ତୁ ଏହା ଭୁଲ୍‌। କାରଣ କଖାରୁରେ ଗ୍ଲାଇକେମିକ୍‌ ଲୋଡ୍ କମ୍ ଥାଏ। ତେଣୁ ଡାଇବେଟିସ୍ ରୋଗୀ ଅଳ୍ପ କଖାରୁ ଖାଇଲେ କିଛି କ୍ଷତି ନାହିଁ। ତେବେ ଡାଇବେଟିସ୍ ରୋଗୀମାନେ ଗୋଟିଏ ମିଲ୍‌ରେ ମାତ୍ରାଧିକ କଖାରୁ ଖାଇଲେ ଏହା କ୍ଷତିକାରକ ହୋଇପାରେ।

କଖାରୁରେ Polysaccharides ନାମକ କାର୍ବୋହାଇଡ୍ରେଟ୍‌ସ ସହିତ Puerarin ନାମକ ଏକ ତତ୍ତ୍ୱ ରହିଛି। ଯେତେବେଳେ ଏ ଦୁଇଟି ମିଶିଯା’ନ୍ତି ସେତେବେଳେ ବ୍ଳଡ୍‌ର ସୁଗାର୍ ସ୍ତରକୁ ନିୟନ୍ତ୍ରଣରେ ରଖନ୍ତି। ଏପରିକି ଏହା ଡାଇବେଟିସ୍ ହେବାରୁ ବି ରକ୍ଷା କରିଥାଏ। ତା’ଛଡ଼ା କଖାରୁ ଶରୀରରେ ଇନ୍‌ସ୍ୟୁଲିନ୍ କ୍ଷରଣରେ ବି ସାହାଯ୍ୟ କରିଥାଏ, ଯାହା ବ୍ଲଡ୍‌ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖେ।

ଆଜିକାଲି କଖାରୁରେ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରାଯାଉଛି। ତା’ସହିତ ଏହାର ପାନୀୟ ବି ମିଳୁଛି। ତେବେ ଡାଇବେଟିସ୍ ରୋଗୀ ଏଗୁଡ଼ିକୁ ଖାଇବା ଉଚିତ୍ ନୁହେଁ। ସେମାନେ କେବଳ ସନ୍ତୁଳା, ଅଳ୍ପ ମସଲା ଯୁକ୍ତ ତରକାରି ଅବା ଡାଲ୍‌ମା ଆଦିରେ ଅଳ୍ପ କଖାରୁ ପକାଇ ଖାଇବା ଉଚିତ୍। ତା’ହେଲେ ଏହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇପାରିବ।

 

 



from Odisha Reporter https://ift.tt/2Ed2OVb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages