ଦେଶ ବିଭାଜନ ପରେ ପାକିସ୍ତାନ ଓ ବାଂଲାଦେଶରେ କେତେ କମିଛି ହିନ୍ଦୁଙ୍କ ସଂଖ୍ୟା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 14, 2019

ଦେଶ ବିଭାଜନ ପରେ ପାକିସ୍ତାନ ଓ ବାଂଲାଦେଶରେ କେତେ କମିଛି ହିନ୍ଦୁଙ୍କ ସଂଖ୍ୟା?

ନୂଆଦିଲ୍ଲୀ: ଡିସେମ୍ୱର ୧୨ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ଦେଶରେ ନାଗରକତା ସଂଶୋଧନ ଆଇନ୍ ଲାଗୁ ହୋଇଛି। ସଂସଦର ଶୀତକାଳୀନ ଅଧିବେଶନ ବେଳେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ନାଗରିକ ସଂଶୋଧନ ବିଧେୟକ କାହିଁକି ଲାଗୁ କରାଯାଉଛି ତା’ର ଜବାବ ରଖିଥିଲେ। ଯେଉଁଥିରେ ସେ କହିଥିଲେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଥିବା ଅଳ୍ପ ସଂଖ୍ୟକ ମାନେ ଅତ୍ୟାଚାରର ଶିକାର ହେଉଛନ୍ତି। ଏହି ଅଳ୍ପ ସଂଖ୍ୟକଙ୍କ ମଧ୍ୟରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ହିନ୍ଦୁ, ଶିଖ, ପାର୍ସୀ, ବୌଦ୍ଧ ଓ ଜୈନ ଧର୍ମାଲମ୍ବୀ ରହିଛନ୍ତି। ଏହି ତିନି ଦେଶ ମୁସଲିମ୍ ବହୁଳ ଦେଶ ହୋଇଥିବାରୁ ମୁସଲିମ୍ ମାନେ ସୁରକ୍ଷିତ। ଦେଶ ବିଭାଜନ ପରେ ଏହି ଦେଶ ମାନଙ୍କରେ ଅଳ୍ପ ସଂଖ୍ୟକଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ଶାହ କହିଥିଲେ।

ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଯଦି ସଂଖ୍ୟା ଉପରେ ନଜର ପକାଇବା ତାହେଲେ ଭାରତ-ପାକିସ୍ତାନ ବିଭାଜନ ପରେ ୧୯୫୧ ମସିହାଠୁ ପାକିସ୍ତାନରେ ହିନ୍ଦୁ ମାନଙ୍କ ସଂଖ୍ୟା ଅନେକ କମିଛି। ଭୌଗଳିକ ଦୃଷ୍ଟିକୋଣ ଓ ଜନସଂଖ୍ୟାକୁ ଯଦି ଦେଖିବା ତାହେଲେ ୧୯୮୮ରେ ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ୨୧ ଲକ୍ଷ ଥିଲା। ୨୦୧୭ ଜନଗଣନା ଅନୁସାରେ ଏବେ ପାକିସ୍ତାନର ଜନସଂଖ୍ୟା ୨୦.୭ କୋଟି ରହିଛି। ଯେଉଁଥିରୁ ହିନ୍ଦୁ ମାନଙ୍କ ସଂଖ୍ୟା ୩୦ ଲକ୍ଷରେ ପହଞ୍ଚିଛି। ଅର୍ଥାତ୍ ସାମାନ୍ୟ ବଢ଼ିଛି। ହେଲେ ମୁସଲମାନଙ୍କ ସଂଖ୍ୟା ଢ଼େର ଅଧିକ ବଢ଼ିଛି।

୧୯୩୧ ବେଳେ ପାକିସସ୍ତାନ ଜନସଂଖ୍ୟାରେ ମୋଟ୍ ୧୫ ପ୍ରତିଶତ ହିନ୍ଦୁ ରହିଥିବା ବେଳେ ୧୯୪୧ରେ ୧୪ ପ୍ରତିଶତ, ୧୯୫୧ରେ ୧.୩ ପ୍ରତିଶତ, ୧୯୬୧ରେ ୧.୪ ପ୍ରତିଶତ, ୧୯୮୧ରେ ୧.୫ ପ୍ରତିଶତ ଏବଂ ୧୯୯୮ରେ ୧.୬ ପ୍ରତିଶତ ରହିଛି।

ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା କମିବା ଭଳି ପଞ୍ଜାବରେ ମଧ୍ୟ ମୁସଲିମଙ୍କ ସଂଖ୍ୟା କମିଛି। ୧୯୪୧ରୁ ୫୧ ମଧ୍ୟରେ ପଞ୍ଜାବରେ ମୁସଲମାନ ମୋଟ ଜନସଂଖ୍ୟାର ୩୨.୩ ପ୍ରତିଶତ ଥିଲେ। ହେଲେ ୧୯୫୧ ବେଳେକୁ ଏହା ୦.୮ ପ୍ରତିଶତ ହୋଇଯାଇଥିଲା। ସେହିପରି ୨୦୦୧ ବେଳକୁ ଏହି ସଂଖ୍ୟା ୧.୬ ପ୍ରତିଶତ ରହିଛି।

୧୪ ଅଗଷ୍ଟ ୧୯୪୭ ପୂର୍ବରୁ ୨୧ ଲକ୍ଷ ମୁସଲିମ୍ ପଶ୍ଚିମ ପାକିସ୍ତାନକୁ ପଳାଇଥିବା ବେଳେ ୨୦ ଲକ୍ଷ ହିନ୍ଦୁ ଓ ଶିଖ ଭାରତ ପଳାଇଆସିଥିଲେ। ୧୯୫୦ ସୁଦ୍ଧା ୬୫ ଲକ୍ଷ ମୁସଲମାନ ପାକିସ୍ତାନ ପଳାଇଥିବା ବେଳେ ୪୭ ଲକ୍ଷ ହିନ୍ଦୁ ଓ ଶିଖ ଭାରତ ପଳାଇ ଆସିଥିଲେ। ଉତ୍ତର ପ୍ରଦେଶ କଥା ଯଦି ଦେଖିବା ତାହେଲେ ୧୯୪୧ରେ ଏଠାରେ ମୁସଲିମ୍ ମୋଟ ଜନସଂଖ୍ୟାର ୧୫.୪ ପ୍ରତିଶତ ଥିବା ବେଳେ ୨୦୦୧ ସୁଦ୍ଧା ଏହି ସଂଖ୍ୟା ୧୮. ୫ ପ୍ରତିଶତ ହୋଇଛି।

ସେହିପରି ବାଂଲାଦେଶରେ ମଧ୍ୟ ହିନ୍ଦୁ ମାନଙ୍କ ସଂଖ୍ୟା ଭାରତ-ପାକିସ୍ତାନ ବିଭାଜନରୁ ୧୯୭୧ ମଧ୍ୟରେ ଅନେକ କମିଛି। ଏବେ ମଧ୍ୟ ସମାନ ସ୍ଥିତି ଜାରି ରହିଛି। ଏବେ ବାଂଲାଦେଶରେ ୧୦ ପ୍ରତିଶତ ହିନ୍ଦୁ ରହିଥିବା ସୂଚନା ରହିଛି। ଯାହାକି ପାକିସ୍ତାନ ତୁଳନାରେ ଅଧିକ। ବାଂଲାଦେଶରେ ୧୯୫୧ରେ ହିନ୍ଦୁଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୨ ପ୍ରତିଶତ ଥିବା ବେଳେ ୨୦୧୧ରେ ଏହି ସଂଖ୍ୟା ୯.୫ ପ୍ରତିଶତ ରହିଛି।

୧୯୩୧ରେ ବାଂଲାଦେଶରେ ମୋଟ ଜନସଂଖ୍ୟାର ୨୯.୪ ପ୍ରତିଶତ ହିନ୍ଦୁ ଥିବା ବେଳେ ୧୯୪୧ରେ ୨୮.୪, ୧୯୫୧ରେ ୨୨ ପ୍ରତିଶତ, ୧୯୬୧ରେ ୧୮.୪, ୧୯୭୧ରେ ୧୩.୬, ୧୯୮୧ରେ ୧୨.୧, ୧୯୯୧ରେ ୧୦.୫, ୨୦୦୧ରେ ୯.୬ ଏବଂ ୨୦୧୧ରେ ୯.୫ ପ୍ରତିଶତ ହିନ୍ଦୁ ରହିଥିବା ଜଣାପଡ଼ିଛି।



from Odisha Reporter https://ift.tt/2PomewH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages